ରୋଟାରୀ କ୍ଲବ ଭୁବନେଶ୍ୱର, ଏଲିଟି ପକ୍ଷରୁ କାଉଡିଆ ବନ୍ଧୁ ମାନଙ୍କୁ ଜଳ ଓ ଖାଦ୍ୟ ମାଗଣା ବଣ୍ଟନ !

ଭୁବନେଶ୍ୱର,-ସାମାଜିକ ଅନୁଷ୍ଠାନ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର, ଏଲିଟି ପକ୍ଷରୁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟରେ ମାଗଣା ଜଳ ଯୋଗାଣ ଓ ଖାଦ୍ୟ ପରିବେଷଣ କରାଯାଇଥିଲା! ଏଥିରେ ଅନୁଷ୍ଠାନ ର ସଭାପତି ରୋଟାରୀଆନ ଶ୍ରୀଯୁକ୍ତ ଗୋଲକ ବିହାରୀ ମାଝୀ, ସମ୍ପାଦକ ରୋଟାରୀୟାନ ଶ୍ରୀଯୁକ୍ତ ଆନନ୍ଦ ଶଙ୍କର ଦାସ ପରିଚାଳନା କରିଥିବାବେଳେ ରୋଟାରୀ ଜିଲ୍ଲା ୩୨୬୨ର ପ୍ରାନ୍ତପାଳ ରୋଟାରୀୟାନ ଅନିଲ କୁମାର ସାମଲ, ପ୍ରାକ୍ତନ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ସହପ୍ରାନ୍ତପାଳ ରୋଟାରୀୟାନ ଅନୁରାଗ ସାହୁ ପ୍ରତେକ୍ଷ୍ୟ ତତ୍ତ୍ଵାଵଧାନରେ ଏବଂ ରୋଟାରୀୟାନ ସୌରେନ୍ଦ୍ର କୁମାର ଦାସ,ବରଦା ପ୍ରସନ୍ନ ଆଚାର୍ଯ୍ୟ, ଲଲାଟେନ୍ଦୁ ଦାସ, କେଭି ରାଓ, କେ ବିଜୟଲକ୍ଷୀ, ବେଲା ଜୟସ୍ଵାଲ , ସୁଧାଂଶୁ ଶେଖର ପ୍ରତାପ, ଭକ୍ତିଲାତା ପ୍ରତାପ, ସରୋଜ ଦାସ, ସସ୍ମିତା ଦାସ, ଚିତ୍ତରଞ୍ଜନ ମିଶ୍ର, ସସ୍ମିତା ମିଶ୍ର, ବିଶ୍ଵମୋହନ ପଟ୍ଟନାୟକ, ପୁଷ୍ପିତା ପଟ୍ଟନାୟକ, ସଂଗୀତା ଭଞ୍ଜ ଚୌଧୁରୀ, ସୁଦୀପ୍ତ ରଥ, ସୁକାନ୍ତ ରାୟ, ଗାୟତ୍ରୀ ନାୟକ ପ୍ରମୁଖ ସେବା କାର୍ୟ୍ଯକ୍ରମରେ ସେବା ଦେବାସହ କହିଥିଲେ ଆମେ ତ୍ରିନୟନ ଭଗବାନ ଶିବଙ୍କୁ ଉପାସନା କରୁଛୁ। ସେ ସୁଗନ୍ଧ ପରି ସର୍ବତ୍ର ବ୍ୟାପ୍ତ ହୋଇ ଜୀବନକୁ ମଙ୍ଗଳ କରନ୍ତି।
“ବୋଲ” ଅର୍ଥ ଉଚ୍ଚାରଣ କର, ଏବଂ “ବମ୍” ହେଉଛି ଭଗବାନ ଶିବଙ୍କ ପ୍ରିୟ ସମ୍ବୋଧନ “ବମ୍ ଭୋଲେନାଥ”ର ସଂକ୍ଷିପ୍ତ ରୂପ। ସେହିପରି “ବୋଲବମ୍”ର ଅର୍ଥ—”ଭୋଲେନାଥଙ୍କ ନାମ ସ୍ମରଣ କର।” ଏହିଭଳି ସେବାପାଇଁ ଆମେ ରୋଟାରୀ ପରିବାର ସମର୍ପଣ !ବୋଲବମ… ହରେହରେ ବମ



