ଛଠ ମହୋତ୍ସବ 2026 ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଇରଙ୍ଗପୁର ୨୪/୧୦/୨୬ (ଶ୍ଯାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଖଡକାଇ ନଈ କୁଳରେ ଛଠ ମହୋତ୍ସବ ୨୦୨୬ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଛଠ ପର୍ବ ସାମାଜିକ ଓ ସାଂସ୍କୃତିକ ଟ୍ରଷ୍ଟ ର ସଭାପତି ବିଜୟ କୁମାର ରାମଙ୍କ ଆବାହକତ୍ବରେ ଆୟୋଜିତ ଏହି ସଭାକୁ ଉପସଭାପତି ଅବଧେଶ ମିଶ୍ର ସଭାପତିତ୍ବ କରି ଛଠ ପୁଜା କାର୍ଯ୍ଯକ୍ରମ ର ସାରଣୀ ପ୍ରସ୍ତୁତ କରିଥିଲେ। ନଭେମ୍ବର ମାସ ୧୩ ତାରିଖ ଶୁକ୍ରବାର “କଦ୍ଦୁ- ଭାତ” ଅବସରରେ “ଛଠ ମୈୟା ଆଗମନ ଉତ୍ସବ” ପାଳନ କରାଯିବ । ସେହିପରି ୧୪ ନଭେମ୍ବର “ଖରନା”,୧୫ ନଭେମ୍ବର “ପ୍ରଥମ ଅର୍ଘ୍ଯ” ଏବଂ ୧୬ ନଭେମ୍ବର “ପାରନ”ର କ୍ୟାଲେଣ୍ଡର କାର୍ଯ୍ଯକ୍ରମ ରହିଛି। ସେଥିପାଇଁ ଛଠ ଘାଟର ସଫେଇ କାର୍ଯ୍ଯକ୍ରମ ପାରମ୍ପାରିକ ଭାବରେ ଦୁର୍ଗା ପୁଜା ପରଠାରୁ ଆରମ୍ଭ ହୋଇ ଯାଇଛି। ନଇ ଜଳସ୍ତର ସନ୍ତୁଳିତ ରହିଥିବାରୁ ସଦସ୍ୟମାନଙ୍କ ମଧ୍ଯରେ ଅପୁର୍ବ ଉତ୍ସାହ ଦେଖାଯାଇ ଥିଲା।ସହଯୋଗ ପାଇଁ ସବୁବର୍ଷ ପରି ପ୍ରଶାସନ, ପୋଲିସ, ମ୍ୟୁନିସିପାଲଟି, ହସ୍ପିଟାଲ, ଦମକଳ, ଖଡକାଇ ଡ୍ୟାମ ପ୍ରୋଜେକ୍ଟ, ବାଙ୍କବଳ ଡ୍ୟାମ ପ୍ରୋଜେକ୍ଟ ମାନଙ୍କୁ ଅନୁରୋଧ କରାଯିବ। ଛଠ ଘାଟ ସଫେଇ କାର୍ଯ୍ଯରେ ବିଶେଷ ଧ୍ୟାନ ଦିଆଯିବ।ଲାଲବାବୁ ସାଓ, ରାଜେଶ କୁମାର ପ୍ରଜାପତି, ବିନୋଦ ଦାସ, ମଦନ ରଜକ, ଚନ୍ଦ୍ରଭୁଷଣ (ଛୋଟୁ) ଯାଦବ, ରଂଜନ ରାମ, ବୈଦ୍ୟନାଥ ସାଓ,ସୌରଭ ପଟ୍ଟନାୟକ, କିଶୋର ରଜକ, ପ୍ରୀତି ରାଜ, ତୋପାଇ ବେହେରା, ସୁଭଦ୍ରା ବାରିକ, ଶମିତା ବେହେରା, ବିଶାଲ ବେହେରା, ରାଜଶ୍ରୀ ରାମ, ନମିତା ବିନ୍ଧାଣୀ, ନିଶା ଗୋପ, ରିତୁ ମହାନ୍ତ, ସୁନୀଲ ଲୋହାର,ରୀନା ବେହେରା, ଯୋଗ ଦେଇ ବିଭିନ୍ନ ପ୍ରକାର କାର୍ଯ୍ଯକ୍ରମ କୁ ସୁଚାରୁ ଢଙ୍ଗରେ ପରିଚାଳିତ କରିବାର ଯୋଯନା ଚରିଛନ୍ତି।ଅବଧେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।



