ଓଡିଶାକ୍ରୀଡା

କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀ ଙ୍କୁ ସମ୍ମାନିତ

ବାଲିଗୁଡ଼ା, ତା, ୨୮/୦୯ : (ସଞ୍ଜୟ କୁମାର ପାଣିଗ୍ରାହୀ): କ୍ରୀଡ଼ା କ୍ଷେତ୍ରରେ ବାଲିଗୁଡ଼ା ଉପଖଣ୍ଡର ଖେଳାଳିମାନେ ନିଜ ପ୍ରତିଭାର ପରିଚୟ ଦେଇଥିବାବେଳେ ସେମାନଙ୍କ ସଫଳତାକୁ ସମ୍ମାନ ଜଣାଇଛି ଉପଖଣ୍ଡ କ୍ରୀଡ଼ା ସଂଘ। ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ସଫଳ ଖେଳାଳିଙ୍କୁ ଉତ୍ସାହିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତର ଗୋଛାପଡ଼ା ଠାରେ ୪ ଦିନ ଧରି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ରେ ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘର ପୁରୁଷ ଦଳ ଚାମ୍ପିଅନ ଏବଂ ମହିଳା ଦଳ ଉପଚାମ୍ପିଅନ ହୋଇଥିଲା। ସେହିପରି ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବଲ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ବାଲିଗୁଡ଼ା ମହିଳା ଦଳ ଚାମ୍ପିଅନ ହୋଇ ଉପଖଣ୍ଡ ପାଇଁ ଗୌରବ ଆଣିଥିଲା। ଏହି ସଫଳତା ପାଇଁ ମହିଳା ଦଳର ଖେଳାଳିମାନଙ୍କ ସମେତ କବାଡି ଦଳର ସଫଳ ଖେଳାଳିଙ୍କୁ ସଂଘ ପକ୍ଷରୁ ଟି-ସାର୍ଟ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଉପଖଣ୍ଡ କ୍ରୀଡ଼ା ସଂଘର ଉପଦେଷ୍ଟା ଶେଖ୍ ସାଦିକ୍, ଦେବବ୍ରତ ସିଂଦେଓ, ସୁରେନ୍ଦ୍ର କୁମାର ପାତ୍ର, ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, , ସମ୍ପାଦକ ସୁଶାନ୍ତ କୁମାର ଦାସ, ଯୁଗ୍ମ ସମ୍ପାଦକ, ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧ୍ଯକ୍ଷ ରଞ୍ଜିତ୍ କୁମାର ମହାନ୍ତି, କ୍ରୀଡ଼ା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ଏଲିଆସ ଦିଗାଳ, କ୍ରୀଡ଼ା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ, ଏ. ଶ୍ରୀନିବାସ ଦୋରା, କ୍ରୀଡ଼ା ଆୟୋଜକ ସମିତି ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଗଙ୍ଗାଧର ପଣ୍ଡା, ସୂର୍ଯ୍ୟ ନାରାୟଣ ସୁଆର ସମେତ ସଂଘର ସଦସ୍ୟ ମାନେ ଉପସ୍ଥିତ ରହି ଖେଳାଳି ମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ। ଖେଳାଳିଙ୍କ ଏହି ସଫଳତା ଆଗାମୀ ଦିନରେ ବାଲିଗୁଡ଼ା ଅଞ୍ଚଳରେ କ୍ରୀଡ଼ା ପ୍ରତିଭାଙ୍କୁ ଅଧିକ ଉତ୍ସାହିତ କରିବ ବୋଲି ଆଶା ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button