ଜିଲ୍ଲାରେ ଆବାସ କେଳେଙ୍କାରୀ, ମହିଳା ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅସମ୍ମାନ ଓ ଲାଞ୍ଚ ନେଇ ଆବାସ ବଣ୍ଟ
ଯଦି ମନ୍ତ୍ରୀ ପ୍ରକୃତରେ ସ୍ବଚ୍ଛତା ପାଇଁ କର୍ମୀମାନଙ୍କୁ ଧରି ତଦନ୍ତ କରୁଥିଲେ ତେବେ ସେହି ପଞ୍ଚାୟତରେ ଅନେକ ଲୋକ ତାଲିକାରୁ ବାଦ୍ ପଡିଛନ୍ତି କିପରି❓ କାଇମାଟି ପଞ୍ଚାୟତ ଆଛନ୍ଦ ଗ୍ରାମର ନରୋତ୍ତମ ପ୍ରଧାନ ୫ ବର୍ଷ ହେଲା ଗୋଟିଏ କୁଡିଆ ଘରେ ନାତି ନାତୁଣୀ ପାଞ୍ଚ ଜଣ ଧରି ବିପଦ ସଙ୍କୁଳ ଅବସ୍ଥାରେ ରହୁଛନ୍ତି। ସେଠାରେ ହାତୀ ବାରହା ତଥା ଅନ୍ୟ ଲଙ୍ଗଲୀ ପଶୁ ମାନଙ୍କର ଉପଦ୍ରବ ରହିଛି। ମନ୍ତ୍ରୀଙ୍କର କୌଣସି କର୍ମୀ ତାଙ୍କ ଘର ଦେଖାଇଲେ ନାହିଁ କାହିଁକି ❓ ନରୋତ୍ତମ ପ୍ରଧାନଙ୍କ ପରି ଅନେକ ଲୋକ ଲାଞ୍ଚ ଟଙ୍କା ଦେଇପାରୁ ନଥିବାରୁ ଘର ପାଇ ନାହାଁନ୍ତି। ଆମର ଏକ ପ୍ରତିନିଧି ଦଳ କାଇମାଟି ପଞ୍ଚାୟତ ପରିଦର୍ଶନ କରି ଜାଣିବାକୁ ପାଇଲୁ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦,୦୦୦ ଟଙ୍କା ଲେଖାଏଁ ହିତାଧିକାରୀମନଙ୍କ ଠାରୁ ନିଆଯାଉଛି ଯଦି ନାମ ପ୍ରକାଶ କରିବ ଘର କାଟି ଦିଆଯିବାକୁ ଧମକ ଦିଆଯାଉଛି। ଯେଉଁ ବିଜେପି କେନ୍ଦ୍ର ସରକାର ୨୦୨୨ ଭିତରେ ସମସ୍ତ ବାସହୀନ ମାନଙ୍କୁ ଆବାସ ଯୋଗାଇ ଦିଆଯିବ ବୋଲି କହିଥିଲା, ଦୀର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ୟ ହୋଇପାରିଲାନି ନାହିଁ। ଏଥିରେ ବିଜେପିର ପରିବା ପଣିଆ ପଦାରେ ପଢ଼ିଛି ଏବଂ ଏହି ଆବାସ କେଳେଙ୍କାରୀକୁ ଆଗକୁ ବଢ଼ାଉଛି।

ଜିଲ୍ଲାରେ ଆବାସ କେଳେଙ୍କାରୀ, ମହିଳା ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅସମ୍ମାନ ଓ ଲାଞ୍ଚ ନେଇ ଆବାସ ବଣ୍ଟନ।
ଗତ ତିନି ହେଲା ଗଣମାଧ୍ୟମରେ କିଛି ବିଭ୍ରାନ୍ତିକର ଭିଡ଼ିଓ ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଏବଂ ତାଙ୍କର ସମର୍ଥକ ମାନଙ୍କର ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ସଦର ନିର୍ବାଚନମଣ୍ଡଳୀର କାଇମାଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ କାରବାର ନେଇ ଜଣେ ମହିଳା କର୍ମଚାରୀ, ପିଇଓ ଓ ସଦର ବିଡ଼ିଓଙ୍କୁ ସର୍ବ ସାଧାରଣରେ ଅତି ନିକୃଷ୍ଟ ଧରଣର ଭାଷା ବ୍ୟବହାର କରିଛନ୍ତି। ମନ୍ତ୍ରୀଙ୍କ ବ୍ୟତୀତ ତାଙ୍କର ସମର୍ଥକମାନେ ମଧ୍ୟ ତାଙ୍କ ସହ ତାଳ ମିଶାଇ ମହିଳା କର୍ମଚାରୀଙ୍କୁ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି। ମନ୍ତ୍ରୀଙ୍କ ବକ୍ତବ୍ୟ ଦୁଇଟି ଦିଗକୁ ଇସାରା କରୁଛି। ପ୍ରଥମତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ କାରବାର ହେଉଛି ଓ ଦ୍ବିତୀୟଟି ହେଲା ପିଅନ ଠାରୁ ବିଡ଼ିଓ ପର୍ଯ୍ୟନ୍ତ ସମସ୍ତେ ଲାଞ୍ଚ ନେଉଛନ୍ତି।
ମନ୍ତ୍ରୀଙ୍କ ଅନୁସାରେ ଲାଞ୍ଚ କାରବାର ଯୋଗୁଁ ସେ ପିଇଓଙ୍କୁ ସେହି ସ୍ଥାନରୁ ଠିଆ ଠିଆ ବଦଳି କରିଛନ୍ତି ଓ ବିଡ଼ିଓଙ୍କୁ ପଚାରୁଛନ୍ତି ଯେ କେଉଁ ଜାଗାକୁ ବଦଳି ହୋଇ ଯିବ? ଆଜ୍ଞା ମନ୍ତ୍ରୀ ମହାଶୟ ଏଠାରେ ସିଧା କହିଦେଲେ ଯେ ଦଶ ହଜାର, କୋଡିଏ ହଜାର ଲାଞ୍ଚ କାରବାରର ହୋଇଛି। ସେଥିପାଇଁ ଦଣ୍ଡ କଣ କି❓
ମନ୍ତ୍ରୀ ଯେଉଁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ତାହା କୌଣସି ଗଣମାଧ୍ୟମରେ ପ୍ରକାଶ ପାଇ ନାହିଁ କିମ୍ବା ସରକାରୀ ଗେଜେଟେ ପ୍ରକାଶ ପାଇନାହିଁ।
ତାଛଡା ମନ୍ତ୍ରୀ ମହାଶୟ କହିଛନ୍ତି ସରପଞ୍ଚମାନେ ବି ଟଙ୍କା ଲାଞ୍ଚ ନେଇଛନ୍ତି। ସରପଞ୍ଚ ସଂଘ ମଧ୍ୟ ପାଲଟା ପ୍ରଶ୍ନ କରିଛି ଯେ ଦୁଇ ବର୍ଷ ମଧ୍ୟରେ ସରକାର କେବେ ଆବାସ ଯୋଜନାରେ ଘର ଦେଲେ ଯେ ସେମାନେ ଲାଞ୍ଚ ନେଲେ? ତାଛଡା କାଇମାଟି ପଞ୍ଚାୟତରେ ନିର୍ବାଚିତ ସରପଞ୍ଚ ଅନାସ୍ଥା ପ୍ରସ୍ତାବ ଭୋଟରେ ପଦ ହରାଇବା ପରେ ସେ ବିଜେପି ରେ ଯୋଗଦେଇ ବାହାରେ ରହୁଛନ୍ତି ଏବଂ ସେଠାରେ ସେହି ବିଜେପିର ନାଏବ ସରପଞ୍ଚ ପଦ ସମ୍ଭାଳି ଅଛନ୍ତି। ଏଠି ପ୍ରଶ୍ନ ଉଠୁଛି ସେଠାରେ ଛାୟା ସରପଞ୍ଚ ବା ମନ୍ତ୍ରୀଙ୍କ ପ୍ରତିନିଧି କିଏ❓
ସର୍ବସାଧାରଣରେ ମନ୍ତ୍ରୀଙ୍କର ମହିଳାଙ୍କ ପ୍ରତି ଏପରି ଆଚରଣ କେଉଁ ଦିଗକୁ ସୂଚନା ଦେଉଛି❓
ଲାଞ୍ଚ ନେଉଥିବା ଅଧିକାରୀ ବା ବ୍ଯକ୍ତିବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇ ନାହିଁ❓
ନା ସରକାରୀ କର୍ମଚାରୀଙ୍କ ଉପରେ ଚାପ ପ୍ରୟୋଗ କରି ସେଥିରୁ ଭାଗ ବସାଇବାକୁ ମନ୍ତ୍ରୀ ପ୍ରୟାସ କରିଛନ୍ତି❓
ଯଦି ମନ୍ତ୍ରୀ ପ୍ରକୃତରେ ସ୍ବଚ୍ଛତା ପାଇଁ କର୍ମୀମାନଙ୍କୁ ଧରି ତଦନ୍ତ କରୁଥିଲେ ତେବେ ସେହି ପଞ୍ଚାୟତରେ ଅନେକ ଲୋକ ତାଲିକାରୁ ବାଦ୍ ପଡିଛନ୍ତି କିପରି❓
କାଇମାଟି ପଞ୍ଚାୟତ ଆଛନ୍ଦ ଗ୍ରାମର ନରୋତ୍ତମ ପ୍ରଧାନ ୫ ବର୍ଷ ହେଲା ଗୋଟିଏ କୁଡିଆ ଘରେ ନାତି ନାତୁଣୀ ପାଞ୍ଚ ଜଣ ଧରି ବିପଦ ସଙ୍କୁଳ ଅବସ୍ଥାରେ ରହୁଛନ୍ତି। ସେଠାରେ ହାତୀ ବାରହା ତଥା ଅନ୍ୟ ଲଙ୍ଗଲୀ ପଶୁ ମାନଙ୍କର ଉପଦ୍ରବ ରହିଛି। ମନ୍ତ୍ରୀଙ୍କର କୌଣସି କର୍ମୀ ତାଙ୍କ ଘର ଦେଖାଇଲେ ନାହିଁ କାହିଁକି ❓
ନରୋତ୍ତମ ପ୍ରଧାନଙ୍କ ପରି ଅନେକ ଲୋକ ଲାଞ୍ଚ ଟଙ୍କା ଦେଇପାରୁ ନଥିବାରୁ ଘର ପାଇ ନାହାଁନ୍ତି। ଆମର ଏକ ପ୍ରତିନିଧି ଦଳ କାଇମାଟି ପଞ୍ଚାୟତ ପରିଦର୍ଶନ କରି ଜାଣିବାକୁ ପାଇଲୁ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦,୦୦୦ ଟଙ୍କା ଲେଖାଏଁ ହିତାଧିକାରୀମନଙ୍କ ଠାରୁ ନିଆଯାଉଛି ଯଦି ନାମ ପ୍ରକାଶ କରିବ ଘର କାଟି ଦିଆଯିବାକୁ ଧମକ ଦିଆଯାଉଛି। ଯେଉଁ ବିଜେପି କେନ୍ଦ୍ର ସରକାର ୨୦୨୨ ଭିତରେ ସମସ୍ତ ବାସହୀନ ମାନଙ୍କୁ ଆବାସ ଯୋଗାଇ ଦିଆଯିବ ବୋଲି କହିଥିଲା, ଦୀର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ୟ ହୋଇପାରିଲାନି ନାହିଁ। ଏଥିରେ ବିଜେପିର ପରିବା ପଣିଆ ପଦାରେ ପଢ଼ିଛି ଏବଂ ଏହି ଆବାସ କେଳେଙ୍କାରୀକୁ ଆଗକୁ ବଢ଼ାଉଛି।
ଆମ୍ ଆଦମୀ ପାର୍ଟି ଦାବି କରୁଛି ଯେ :
ମନ୍ତ୍ରୀଙ୍କର ତଥା ବଜେପି ର ଯେଉଁ କର୍ମୀମାନେ ମହିଳା କର୍ମଚାରୀ, ପିଇଓଙ୍କୁ ସର୍ବସାଧାରଣରେ ଉଚ୍ଚ ସ୍ୱରରେ ଧମାକାଇଛନ୍ତି ସେମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ତରଫରୁ ସଦର ଥାନାରେ FIR କରାଯାଇ ତଦନ୍ତ କରାଯାଉ ଏବଂ ଦୋଷୀକୁ ଆଇନ ଅନୁସାରେ ଦଣ୍ଡ ବିଧାନ କରାଯାଉ।
ମନ୍ତ୍ରୀ ଯଦି ସଚ୍ଚୋଟ ଏହାର ବିଧିବଦ୍ଧ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା କୋଷାଧକ୍ଷ କବିଜ୍ୟୋତି ନିରଞ୍ଜନ ପତି, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ଉପସଭାପତି ବିଜୟ କୁମାର ଦାସ, ସଦସ୍ୟ ଯୁଧିଷ୍ଠିର ଦାସ, ନିରଦ ଚନ୍ଦ୍ର ବାରିକ, ଜୟନ୍ତ ଦାସ ଓ ଗୋବିନ୍ଦ ସାହୁ ପ୍ରମୁଖ ସୂଚନା ଦେଇଥିଲେ।



