ପଥ ମହୋତ୍ସବ “ମୁରୁଜରେ ମୋ’ ଜଗନ୍ନାଥ” ପାଇଁ ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର: (ଶ୍ଯାମଳେନ୍ଦୁ ପରିଡା)୨୪\୧୦\୨୬ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ, ଓଡିଶା,ରାଇରଙ୍ଗପୁର ଆନୁକୂଲ୍ୟରେ ଆସନ୍ତା କାର୍ତ୍ତିକ ପୂର୍ଣ୍ଣମା ଅବସରରେ ହେବାକୁଥିବା ପଥ ମହୋତ୍ସବ ‘ମୁରୁଜରେ ମୋ’ ଜଗନ୍ନାଥ’ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଟ୍ରଷ୍ଟର ସଭାପତି ତିମିର ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଲିଟିଲ୍ ଫ୍ଲାୱାର ସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରଷ୍ଟ ମୁଖ୍ୟ ରାଧାଶ୍ୟାମ ପାତ୍ର ଯୋଗ ଦେଇ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ପ୍ରସ୍ତୁତି ଉପରେ ଆଲୋଚ଼ନା ରଖିଥିଲେ । କାର୍ଯ୍ୟକ୍ରମର ପ୍ରସ୍ତୁତି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ରଖିଥିଲେ ଉପ-ସଭାପତି କାଳି ପ୍ରଶନ୍ନ ମହାନ୍ତି , ଉପ-ସଭାପତି ବିଜୟ ରାମ, କୋଷାଧକ୍ଷ ମାନସ କୁମାର ପରିଡା ଓ ଟ୍ରଷ୍ଟୀ କୌଶିକ କାଶ୍ୟପ ମହାନ୍ତି। କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂପାଦନ କରିବାପାଇଁ ତଥା ଅଧିକ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ଆହ୍ୱାନ କରାଯାଇଥିଲା । ଶେଷରେ ଉପ-ସଭାପତି ବିଜୟ ରାମ ଧନ୍ୟବାଦ ଅର୍ପଣ କରିଥିଲେ ।



