ଓଡିଶା

ମହାଳୟାରେ ମା’ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ

ସୁବର୍ଣ୍ଣପୁର ୧୦/୧୦ ମହାଳୟା ଅମାବାସ୍ୟା ଅବସରରେ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀ ଭକ୍ତମାନଙ୍କୁ ଦୁର୍ଲଭ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ବର୍ଷର ଅନ୍ୟ ଦିନମାନଙ୍କରେ ଲାଲବର୍ଣ୍ଣୀ ମୁଖମଣ୍ଡଳରେ ଦର୍ଶନ ଦେଉଥିବା ମା’ ଏହି ବିଶେଷ ଦିନରେ ଶ୍ୱେତବର୍ଣ୍ଣୀ ବେଶରେ ସଜ୍ଜିତ ହୋଇଥାନ୍ତି।

ଜନବିଶ୍ୱାସ ଅନୁଯାୟୀ, ମା’ଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ଗଙ୍ଗାସ୍ନାନ ଓ ତୀର୍ଥଦର୍ଶନ ସମତୁଲ। ଭକ୍ତମାନେ ଏହାକୁ ପାପମୋଚନ, ଆତ୍ମିକ ଶାନ୍ତି ଓ ମନୋକାମନା ପୂରଣର ପବିତ୍ର ଅବସର ଭାବେ ଗ୍ରହଣ କରିଥାନ୍ତି।

ମହାଳୟା ଅବସରରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କ ଭିଡ଼ରେ ସୋନପୁର ସହର ଭକ୍ତିମୟ ହୋଇଉଠିଥିଲା। ଏହି ପବିତ୍ର ଅବସରରେ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ, ମା’ ମାଣିକେଶ୍ୱରୀ, ମା’ ଭୁବନେଶ୍ୱରୀ ଓ ମା’ ଦୁର୍ଗାଦେବୀ ମଧ୍ୟ ଧବଳମୁଖୀ ବେଶରେ ଦର୍ଶନ ଦେଇଥିଲେ। ବିଭିନ୍ନ ଦେବୀପୀଠରେ ଏହି ବିରଳ ବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button