ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ସୁବର୍ଣ୍ଣପୁର , ୧/୧୦ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସପତ୍ରାପାଲି ପଞ୍ଚାୟତର ମୁଣ୍ଡେମହୁଲ ଗ୍ରାମରେ ମେରା ଯୁବା ଭାରତ ସୋନପୁର ତଥା ଖେଳ ଓ ଯୁବା ବ୍ୟାପାର ବିଭାଗ ଭାରତ ସରକାରଙ୍କ ତତ୍ୱାବଧାନରେ ଆଜି ବରିଷ୍ଠନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମର ୬୦ବର୍ଷରୁ ଉର୍ଦ୍ଧ ୫୦ଜଣ ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ପ୍ରଧାନ ଶିକ୍ଷକ ଲାଳଚନ ନିଆଲ,ସମ୍ମାନିତ ଅତିଥି ଭାବେ ମେରା ଯୁବା ଭାରତ ର କୃପାସିନ୍ଧୁ ସା, ଯୋଗ ଶିକ୍ଷକ ଧବଳେଶ୍ୱର ଭୁକ୍ତା, ଯୋଗ ଦେଇ ଆଜିର ଦିନରେ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ସରକାରୀ ଯୋଜନା ଉପରେ ବିଷଦ ଆଲୋଚନା କରିଥିଲେ।
ଏବଂ ଅସୁବିଧା ସମୟରେ କିପରି ସୁବିଧା ପାଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାମାଜିକକର୍ମୀ ଶମ୍ଭୁରାଜ କର୍ଣ୍ଣ
ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ସେବାପ୍ରଦାନ କରୁଥିବା ତୃଣମୂଳ ଯୋଦ୍ଧା ଭାବେ ଅଙ୍ଗନବାଡି କର୍ମୀ ରିଙ୍କିଲତା ପଣ୍ଡା ଓ କମୟନ୍ତୀ ଦାସଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ମେରା ଯୁବା ଭାରତ ସ୍ବେଚ୍ଛାସେବୀ ଦେବାଶିଷ କମ୍ପ ଧନ୍ୟବାଦ ଦେଇଥିଲେ।



