ଓଡିଶା

ଭିଜନ ବାଲେଶ୍ୱର ସଂଗଠନ ର ସ୍ଥାପନା ଦିବସରେ ଅନୁଷ୍ଠିତ ହେଲା ନିଆରା କାର୍ଯ୍ୟକ୍ରମ “ଚାଲ ଖୁସି ବାଣ୍ଟିବା

ବାଲେଶ୍ବର ( ଦେବାଶିଷ ଦାଶ ) ବାଲେଶ୍ୱର : ୨୦୨୪ ମସିହା ଆଜିର ଦିନରେ ବାଲେଶ୍ୱର ସହରର ମଲ୍ଲୀକାଶପୁର ଠାରେ ଗଢିଉଠିଥିବା ବାଲେଶ୍ୱରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ସଂଗଠନ ଭିଜନ ବାଲେଶ୍ୱର ର ସ୍ଥାପନା ଦିବସ ଅବସରରେ “ଚାଲ ଖୁସି ବାଣ୍ଟିବା” ନାମରେ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି l ବାଲେଶ୍ଵର କଷବା ଷ୍ଟ୍ରିଟ ବଣିଆ ମନ୍ଦିର ସ୍ଥିତ ପ୍ରୟାସ ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି | କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ,ବେରଣ୍ୟ ଅତିଥିଭାବେ ବାଲେଶ୍ୱରର ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଯୋଗ ଦେଇ ସଂଗଠନର ଏଭଳି ପ୍ରୟାସ କୁ ସାଧୁବାଦ ଜ୍ଞାପନ କରିବା ସହିତ ଏହି ପିଲାମାନେ ଅକ୍ଷମ ନୁହଁନ୍ତି ସେମାନେ ସକ୍ଷମ ବୋଲି କହିବା ସହିତ କିପରି ନିଜକୁ ନିଜେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ନିଜର ଅନ୍ତର୍ନିହିତ ପ୍ରତିଭାକୁ ସର୍ବ ସମ୍ମୁଖରେ ପ୍ରସ୍ଫୁଟିତ କରାଇପାରିବେ ଓ ସମାଜର ମୁଖ୍ୟସ୍ରୋତରେ ନିଜକୁ ସାମିଲ କରି ଭଲ ମଣିଷ ଟିଏ ଗଢି ତୋଳିବେ ତା ଉପରେ ପୁଙ୍କାନୁପୁଙ୍ଖ ଆଲୋଚନା କରିଥିଲେ | ସଂଗଠନର ସମ୍ପାଦକ ଧୀରେକ କୁମାର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କହିଥିଲେ l ସେ କହିଥିଲେ କି ସଂଗଠନର ଏହି ନିଆରା କାର୍ଯ୍ୟକ୍ରମର ଜ଼ିଲ୍ଲାର ବିଭିନ୍ନ ବୃଦ୍ଧାଶ୍ରମ, ଅନାଥାଶ୍ରମ, ଦୃଷ୍ଟିବାଧିତ ବିଦ୍ୟାଳୟ ମାନଙ୍କରେ ଆଗାମୀ ଦିନରେ ଅନୁଷ୍ଠିତ ହେବା ସହିତ ନୃତ୍ୟ, ସଂଗୀତ, ହସକଥା ଆଦି କାର୍ଯ୍ୟକ୍ରମ ଜରିଆରେ ସମସ୍ତଙ୍କ ମନୋରଞ୍ଜନ କରାଯିବ l ବିଦ୍ୟାଳୟର ମୁଖ୍ୟପରିଚାଳକ ପୂର୍ଣ୍ଣଚନ୍ଦ୍ର ରାଉତ ଛାତ୍ରଛାତ୍ରୀ ଙ୍କର ସଫଳ କୃତି ବଖାଣିବା ସହ ସଂଗଠନର ନିଆରା ପ୍ରୟାସ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ | ପ୍ରତିଷ୍ଠା ଦିବସ ଉପଲକ୍ଷେ ପିଲାମାନଙ୍କୁ ମିଷ୍ଟାନ ଓ ଜଳଖିଆ ବଣ୍ଟନ କରାଯାଇଥିଲା | ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସୁନ୍ଦର ଭଜନ ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ | ଏହି କାର୍ଯ୍ୟକ୍ରମରେ ସଂଗଠନ ଉପଦେଷ୍ଟା କୁନାଲ ବେହେରା, ଅଜୟ ନାୟକ,ବିରଞ୍ଚି କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ | ଶେଷରେ କାର୍ଯ୍ୟନିର୍ବାହୀ ସଦସ୍ୟ ଅର୍ଧେନ୍ଦୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସେବିକା ଫୁଲମଣୀ ବେହେରା ଉପସ୍ଥିତ ରହିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button