ଓଡିଶା
ମାଇ ଭାରତ ଢେଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ୍ ଠାରେ ଏକ ୟୁଥ୍ କ୍ଳବ୍ ଡେଭଲପମେଣ୍ଟ କ୍ୟାମ୍ପେନ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଇ ଭାରତ ଢେଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ୍ ଠାରେ ଏକ ୟୁଥ୍ କ୍ଳବ୍ ଡେଭଲପମେଣ୍ଟ କ୍ୟାମ୍ପେନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ 60 ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ।ଏଥିରେ ଭାରତ ସରକାରଙ୍କ ମାଇଁ ଭାରତ ଆପ୍ ରେ କିପରି ଯୁବପିଢ଼ି ଯୋଗଦାନ ଦେଇ ଏକ ସଶକ୍ତ ଭାରତ ଗଠନ ହୋଇ ପାରିବ ତାହା ଉପରେ ଆଲୋକପାତ ହେଉଥିଲା। ତା ସହିତ ନୂଆ ନୂଆ କ୍ଲବ୍ କିପରି ମାଇ ଭାରତ ଢେଙ୍କାନାଳ ସହିତ ମିଶି କାର୍ଯ୍ୟ କରିବେ ସେହି ବିଷୟରେ ଆଲୋକପାତ ହେଉଥିଲା।
ସଂଘର ସଦସ୍ୟାଗଣ ଏଥିରେ ରହି ବିସ୍ତୃତ ଆଲୋଚନା କରୁଥିଲେ ଓ ନୂଆ ନୂଆ କ୍ଲବ୍ ଗଠନ କରିବାରେ ସାହାଯ୍ୟ କରିଥିଲେ।



