ଓଡିଶା

କର୍କଟ ରୋଗରେ ଆଶାକର୍ମୀଙ୍କ ବିୟୋଗ

ଧର୍ମଶାଳା ,୨୦ /୦୬ (ନିଷ୍କାନ୍ତ ଖଟୁଆ) : – ଧର୍ମଶାଳା ବ୍ଲକ କବାଟବନ୍ଧ ମଣ୍ଡପାସାହିର ବିଶ୍ୱରଞ୍ଜନ ସାହୁଙ୍କ ଧର୍ମପତ୍ନୀ ଆଶାକର୍ମୀ ବିଜୁଳିବତୀ ସାହୁ (୫୨) ଙ୍କର ଶୁକ୍ରବାର ପରଲୋକ ଘଟିଛି। ସେ ଦୀର୍ଘଦିନ ହେଲା କର୍କଟ ରୋଗରେ ପୀଡିତ ହୋଇ ଘରେ ଚିକିତ୍ସାଧୀନ ଥିଲେ। ମେଡିକାଲରୁ ଫେରି ଗତ ଏକ ମାସ ହେଲା ଘରେ ରହିଥିଲେ ରହିଥିଲେ। ଶୁକ୍ରବାର ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ସ୍ବାମୀଙ୍କ ସମେତ ଏକ ପୁଅ ଓ ଏକ ଝିଅ ଅଛନ୍ତି । ତାଙ୍କର ଅକାଳ ଶୋକର ବିୟୋଗରେ କବାଟବନ୍ଧ ଅଞ୍ଚଳରେ ଶୋକ ଖେଳିଯିବା ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁଅ ସଂଗ୍ରାମ ସାହୁ ଏବଂ ଝିଅ ସ୍ବରୂପା ସାହୁଙ୍କ ସମେତ ପରିବାର ଏବଂ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ । ବ୍ରାହ୍ମଣୀ ନଦୀ ଶଯ୍ୟା ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା |

Related Articles

Leave a Reply

Your email address will not be published. Required fields are marked *

Back to top button