ଓଡିଶା

ଦିବ୍ୟାଙ୍ଗ ରମ୍ଭା ସାହୁ ଭଙ୍ଗା ଚାଲ ଛପର ଘରେ ବିତୁଛି ଜୀବନ

ଆବାସ ଯୋଜନା ସାତଶପନ 

ସୁବର୍ଣ୍ଣପୁର, ୭/୮ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମ ର ଦିବ୍ୟାଙ୍ଗ ମହିଳା ରମ୍ଭା ସାହୁ (୪୨) ସେ ଜନ୍ମ ରୁ ଦୁଇ ଆଖି କୁ ଦିଶୁନାହିଁ ୮୦% ଭିନ୍ନ କ୍ଷମ ଅଛି l ସରକାର ଠାରୁ ସୁବିଧା କହିଲେ ଭତ୍ତା, ଚାଉଳ ପାଉ ଥିବା ବେଳେ ବାସ ଗୃହ କହିଲେ ନଡା ଛପର ଘର ଥିବାରୁ ବର୍ଷା ହେଲେ ପାଣି ଗଳୁଛି।ସରକାର ତରଫରୁ ଗରିବ, ବିଧବା, ଦିବ୍ୟାଙ୍ଗ ଙ୍କ ପାଇଁ କେତେ ଯୋଜନା ବିଶେଷ କରି ଘର ପାଇବା ପାଇଁ ହକ ଥିବା ବେଳେ ଘର ସର୍ଭେ ରପାଇଁ ଆସୁଥିବା ବାବୁ ମାନଙ୍କ ନଜର ପଡ଼ୁ ନାହିଁ ଜାହା ଫଳ ରେ କୋଟସମସମଲାଇ ପଞ୍ଚାୟତ ର ସମାଜ ସେବି ମଣ୍ଟୁ ମନ୍ତ୍ରା ଅଭିଯୋଗ ଅନୁସାରେ ଜିଲ୍ଲା ପ୍ରଶାସନ ଏହି ଭଳି ମହିଳା ଙ୍କ ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରିଛନ୍ତି। ମହିଳା ରମ୍ଭା ସାହୁ ଙ୍କ ବାପା ମା ଦୀର୍ଘ ଦୁଇ ହେବ ଆର ପାରିକି ଚାଲି ଗଲେଣି ଭାଇ ହିଁ ସାହାରା ପାଲଟି ଛନ୍ତି ଏବେ ତାଙ୍କ ଭାଇ ଅଶୋକ ସାହୁ ଜୀବନ ର ବାଟ ଦେଖାଉଛନ୍ତି।ଗତକାଲି ବୀରମହାରାଜପୁର ବ୍ଲକ ର ଗୋଦାବରୀ ଫାଉଣ୍ଡେସନ ର ମୁଖ୍ୟ ଆନନ୍ଦ ବିଶ୍ୱାଳ , ବବୁଲ ପଧାନ, ରାଘବ ପଧାନ, କୁଶ ବଘାର ମଣ୍ଟୁ ମନ୍ତ୍ରା ପ୍ରମୁଖ ତାଙ୍କ ଘର କୁ ଯାଇ ଆବଶ୍ୟକ ଶୁଖିଲା ଖାଦ୍ୟ ଦେବା ସହ ରମ୍ଭା କୁ ସରକାର ଙ୍କ ଠାରୁ ଆସୁଥିବା ପ୍ରଧାନ ଆବାସ ଟିଏ ଯୋଗାଇ ଦେବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପାଳ ଙ୍କ ଠାରେ ଦାବି ରଖିବୁ ବୋଲି ରମ୍ଭା କୁ ପ୍ରତିଶୃତି ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button