ଜଗନ୍ନାଥ ପଞ୍ଚରାତ୍ର ଉତ୍ସବ ମହା ସମାରୋହ ରେ ପାଳିତ ହେଉ ଅଛି
ଯାଜପୁର,ବିଂଝାରପୁର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତ ର ଦେୱାନ ସାହି ଠାରେ ଜଗନ୍ନାଥ ପଞ୍ଚରାତ୍ର ଉତ୍ସବ ମହା ସମାରୋହ ରେ ପାଳିତ ହେଉ ଅଛି
ଗତ ଜୁନ୍ ୧୨ ତାରିଖ ଶୁକ୍ରବାର ଦିନ ଦେୱାନ ସାହି ର ସତ୍ୟସେବା ମଣ୍ଡଳ ର ପ୍ରଚେଷ୍ଟା ରେ ଓ ଗ୍ରାମବାସୀ ଙ୍କ ସହୋଯୋଗ ରେ କଳସ ଯାତ୍ରା ମହା ଆଡ଼ମ୍ବର ରେ ସମ୍ପୂର୍ଣ ହୋଇ ତିନି ଦିନ ହେବ ଅନ୍ତଃରାଷ୍ଟ୍ରୀୟ ଜଗନ୍ନାଥ ଙ୍କ ମହିମା ପ୍ରଚାରକ ବାବାଜୀ ସତ୍ୟାନନ୍ଦ ମହାରାଜ ଙ୍କ ଦ୍ଵାରା ସ୍କନ୍ଧ ପୁରାଣ ଅନ୍ତର୍ଗତ ଜଗନ୍ନାଥ ଙ୍କ ମହିମା ପ୍ରବଚନ ଚାଲୁଅଛି। ଯାହାକି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯିବ। ଏହି ଅବସରରେ କଲ୍ୟାଣପୁର୍ ସମେତ ବୋହୂ ଦୂର ଓ ନିକଟସ୍ଥ ଗ୍ରାମ ପଞ୍ଚାୟତ ର ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଏହି ଉତ୍ସବ କୁ ଆହୁରି ମହିମା ମଣ୍ଡିତ କରୁଅଛି।ଏହା ବ୍ୟତୀତ ସନ୍ଧ୍ୟା ସମୟ ରେ କୁନି କୁନି ପିଲାଙ୍କ ଦ୍ୱାରା ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁ ମାନଙ୍କୁ ବାନ୍ଧି ରଖିଛି।ଏହି ଉତ୍ସବ ର ଉଦ୍ଦେଶ୍ୟ ଜଗନ୍ନାଥ ଙ୍କ ମହିମା ଓ ସତ୍ୟ ଶାନ୍ତି ଦୟା ଓ କ୍ଷମା ର ବାର୍ତ୍ତା ଜନ ସମାଜ ରେ ପ୍ରଚାର କରାଇବା ସହିତ ରଜ ପର୍ବ କୁ ପାରମ୍ପରିକ ଭାବେ ପାଳନ କରିବା
ଯାଜପୁର,ବିଂଝାରପୁର ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତ ର ଦେୱାନ ସାହି ଠାରେ ଜଗନ୍ନାଥ ପଞ୍ଚରାତ୍ର ଉତ୍ସବ ମହା ସମାରୋହ ରେ ପାଳିତ ହେଉ ଅଛି


