ଓଡିଶା

ମହାନଦୀ ବ୍ରିଜ ଉପରୁ ଡେଇ ୨ ନାବାଳିକା ଆତ୍ମହତ୍ୟା ଉଦ୍ୟମ l

ସୁବର୍ଣ୍ଣପୁର , ୨୨/୦୮: ସୁବର୍ଣ୍ଣପୁର ଜିଲ୍ଲା ବିନିକା- ଚଡେଇପଙ୍କ ମହାନଦୀ ବ୍ରିଜ ଉପରୁ ୨ ଜଣ ନାବାଳିକା ଡେଇ ଆତ୍ମହତ୍ୟା ଉଦ୍ୟମ କରି ପାଣିରେ ଭାସି ଯାଉଥିଲେ। ହେଲେ ମହାନଦୀରେ ମାଛ ମାରୁଥିବା ମସ୍ୟଜିବି ମାନେ ସେମାନଙ୍କୁ ପାଣିରେ ଭାସୁଥିବା ଦେଖି ସହରର ମନହରୀପଡା ଡ଼ଙ୍ଗା ଘାଟରୁ ଉଦ୍ଧାର କରି ବିନିକା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଉଭୟ ନାବାଳିକାକୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ ସୋନପୁର ବଡମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ତେବେ କେଉଁ କାରଣରୁ ଉଭୟ ନାବାଳିକା ମହାନଦୀକୁ ଡେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା କାରଣ ଅସ୍ପଷ୍ଟ ରହିଛି। ଗୋଟିଏ ନାବାଳିକା ବିନିକା ସହରର ଏବଂ ଅନ୍ୟଟି ବୌଦ୍ଧ ଜିଲ୍ଲାର ବୋଲି ଜଣାପଡୁଛି। ତାଙ୍କ ମା ଦେଇଥିବା ସୂଚନା ଅନୁଯାଇ ଉଭୟ ନାବାଳିକା ବୌଦ୍ଧ ଜିଲ୍ଲା କିଆକଟା ହଷ୍ଟେଲରେ ରହି ପଢୁଥିଲେ। ଆଜି ସକାଳୁ ଘରକୁ ଆସିଥିଲେ। ଉଭୟେ ବ୍ୟସ୍ତ ବିବ୍ରତ ଥିବା ପରି ଜଣାପଡୁଥିଲେ।ତାଙ୍କ ମା ସେମାନଙ୍କ ପାଇଁ ଚାହା ତିଆରି କରିବା ବେଳେ ଉଭୟେ ଘରୁ ଚାଲିଯାଇଥିଲେ।ଏପଟେ ମେଡିକାଲକୁ ବିନିକା ପୋଲିସ ପହଂଚି ତଦନ୍ତ ଜାରୀ ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button