ଓଡିଶା

ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି

ବାଲିଗୁଡା, ତା, ୨୮/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ଗୁଗୁରୁମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିମିଣ୍ଡାମାହା ରେ ଲଗାଣ ବର୍ଷା ଯୋଗୁଁ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିଛି। ଫଳରେ ବିଦ୍ୟାଳୟରେ ପାଠପଢ଼ା ଅସୁବିଧା ହେବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିବା ପରେ ବିଦ୍ୟାଳୟ ରେ ଆବଶ୍ୟକ ସ୍ଥାନ ଅଭାବରୁ ଛାତ୍ରଛାତ୍ରୀ ମାନେ ବାରଣ୍ଡା ରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ପିଲାମାନେ କେଉଁ ସ୍ଥାନରେ ନିରାପଦରେ ପାଠ ପଢ଼ିବେ, ତାହା ନେଇ ଚିନ୍ତାର କାରଣ ପାଲଟିଛି। ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ମଶେଷ କାର୍ଜିମାଝୀ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି।

ବିଦ୍ୟାଳୟର ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଛାତ୍ରଛାତ୍ରୀଙ୍କ ହିତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁଶୁଡ଼ି ପଡ଼ିଥିବା ବାରଣ୍ଡା ଛାତର ତୁରନ୍ତ ମରାମତି ସହ ଆବଶ୍ୟକ ବିକଳ୍ପ ବ୍ୟବସ୍ଥା କରିବାକୁ ସରପଞ୍ଚ ଓ ପ୍ରଶାସନଙ୍କ ନିକଟରେ ଅନୁରୋଧ କରିଛନ୍ତି ତତ୍ସହିତ ଦୁର୍ବଳ ହୋଇ ରହିଥିବା ଶ୍ରେଣୀ ଗୃହ ଗୁଡ଼ିକ ମଧ୍ୟ ପୁନରୁଦ୍ଧାର କରାଯାଉ ବୋଲି ସରପଞ୍ଚଙ୍କ ସହ ଗ୍ରାମବାସି ଦାବି କରିଛନ୍ତି I

Related Articles

Leave a Reply

Your email address will not be published. Required fields are marked *

Back to top button