ଓଡିଶା

ମା ଦୁର୍ଗା ଆସୁଛନ୍ତି : ସଜେଇ ହେଉଛି ରାଇରଙ୍ଗପୁର ସହର

ରାଇରଙ୍ଗପୁର : ୧୭\୧୦\୨୬  (ଶ୍ଯାମଳେନ୍ଦୁ ପରିଡା)

ଯା ଦେବୀ ସର୍ବଭୁତେଷୁ ମାତୁ ରୂପେଣ ସଂସ୍ଥିତା , ନମ ତସ୍ମୈ ନମ ନମାଃ l ଯା ଦେବୀ ସର୍ବଭୁତେଷୁ ଶକ୍ତି ରୂପେଣ ସଂସ୍ଥିତା , ନମ ତସ୍ମୈ ନମ ନମାଃ l ମା ଦୁର୍ଗା ହେଉଛନ୍ତି ଶକ୍ତିମୟ, ଭକ୍ତିମୟ ଓ କରୁଣାମୟ l ଭକ୍ତ ତାଙ୍କୁ ଭକ୍ତି ଚିତ୍ତରେ ପୂଜାର୍ଚ୍ଚନା ଓ ଆରଧନା କରି ନିଜର ତଥା ପରିବାର ର ଶୁଭକାମନା କରିଥାଏ l

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହର ସାରା ମା ଦୁର୍ଗା ଆସିବା ନେଇ ସଜେଇ ହେଉଛି ବଜାର, ସାହି ଏବଂ ଅଞ୍ଚଳ l ସହରସ୍ଥ ପ୍ରମୁଖ ୬ଟି ସ୍ଥାନ ଯଥା କୁଚେଇବୁଢୀ, ସାକିଲାଡିହି, ଇଚିଣ୍ଡା, ଅଳାଁଡୁବା, ବଜାର ଡେଲି ମ୍ଯାର୍କେଟ ଓ ପୁରୁଣାଘାଟୀ ରେ ମା ଦୁର୍ଗାଙ୍କ ମୂଣ୍ମୟ ମୂର୍ତ୍ତୀ , ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକମାଳାରେ ମେଢ ଝଲସିଉଠୁଛି l ଆଜି ୧୭ ତାରିଖ ମାଙ୍କର ବେଲବରଣ, ୧୮ ତାରିଖ ଘଟଯାତ୍ରା, ମହାସପ୍ତମୀ ପୂଜା ଓ ଚକ୍ଷୁଦାନ , ୧୯ ତାରିଖ ମହାଷ୍ଠମୀ ପୂଜା ଓ ସନ୍ଧିପୂଜା, ୨୦ ତାରିଖ ମହାନବମୀ ପୂଜା ଓ ୨୧ ତାରିଖ ଦଶମୀ ବିହିତ ପୂଜା, ଅପରାଜିତା ପୂଜା ଓ ବିସର୍ଜନ ହେବାର ପୁରୋହିତଗଣ ସୂଚନା ଦେଇଛନ୍ତି l ସ୍ଥାନେ ସ୍ଥାନେ ମୀନାବଜାର ହେଉଥିଲା ବେଳେ ସାଂସ୍କୁତିକ କାର୍ଯ୍ଯକ୍ରମରେ କେଉଁଠି ରେକର୍ଡ ଡ୍ଯାନ୍ସ, ଭଜନ ସନ୍ଧ୍ଯା ଅପେରା ହେବାର କମିଟୀ ପକ୍ଷରୁ ସୂଚନା ମିଳିଛି l ଏଥିରେ କମିଟୀର ସମସ୍ତ ସଦସ୍ଯମାନଙ୍କ ଅଦମ୍ଯ ସାହାଯ୍ଯ ଓ ସହଯୋଗ ରହିଛି l ସହରର ସମସ୍ତ କପଡା ଦୋକାନ ମାନଙ୍କରେ ଲୋକମାନଙ୍କର ନାହିଁ ନ ଥିବା ଭିଡ ପରିଲକ୍ଷିତ ହେଉଛି l ବିଶେଷ କରି ଦୋକାନୀ ଭାଇମାନେ ଲୋକମାନଙ୍କୁ ଆକୁଷ୍ଟ କରିବା ପାଇଁ ଜିନିଷ ଖରିଦି ଉପରେ ଛାଡ ରଖିଛନ୍ତି l ଏଥିସହିତ ପୂଜାସାମଗ୍ରୀ ଦୋକାନ ମାନଙ୍କରେ ଭକ୍ତମାନଙ୍କର ଗହଳିଚହଳି ଦେଖାଯାଉଛି l ଉପଖଣ୍ଡ ଅନ୍ଯାନ୍ଯ ବ୍ଲକମାନଙ୍କରେ ମା ଦୁର୍ଗାଙ୍କର ପୂଜାର୍ଚ୍ଚନା ମହାସମାରୋହରେ ପାଳନ କରାଯାଉଛି l ପ୍ରତିବର୍ଷ ପରି ଲୋକେ ମା ଦୁର୍ଗାଙ୍କୁ ଦର୍ଶନ କରିବା ସହିତ ସାଂସ୍କୁତିକ କାର୍ଯ୍ଯକ୍ରମ ରେ ଯୋଗ ଦେଇ ମନୋଭରି ଉପଭୋଗ କରିଥାନ୍ତି l ସହରରେ ଭିଡ କୁ ନିୟନ୍ତ୍ରଣ କରିବାକୁ ଟ୍ରାଫିକ ପୋଲିସ ଉପସ୍ଥିତ ରହିଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ଶାନ୍ତିଶୁଙ୍ଖଳା ରକ୍ଷା କରିବାକୁ ସ୍ଥାନେ ସ୍ଥାନେ ମୁତୟନ ହୋଇଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button