ଓଡିଶା
ଧୂବାମୁଣ୍ଡାରେ ଭିନ୍ନକ୍ଷମ ଶିଶୁଙ୍କ ଅଭିଭାବକ ସମ୍ମିଳନୀ

ସୁବର୍ଣ୍ଣପୁର, ୨୯ା୮: ସୁବର୍ଣ୍ଣପୁର ଜିଲ୍ଲା ସଦରସ୍ଥିତ ଧୂବାମୁଣ୍ଡାରେ ରେଆର ସମ୍ମିଳନୀ କକ୍ଷରେ ଶନିବାର ଭିନ୍ନକ୍ଷମ ଶିଶୁଙ୍କୁ ନେଇ ଏକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଏବଂରେଆର ଉପସଭାପତି ପଦ୍ମିନୀ ବକ୍ସୀ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ଶିଶୁମାନଙ୍କର ଶିକ୍ଷା, ସାମାଜିକ ସୁରକ୍ଷା ଓ ସଶକ୍ତିକରଣରେ ଅଭିଭାବକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।
ରେଆର ସହ-ପ୍ରତିଷ୍ଠାତା ଅମ୍ଭୁଜ ବିହାରୀ ଶତପଥୀ ସଭା କାର୍ଯ୍ୟ ସଂଯୋଜନା କରିଥିବାବେଳେ ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସଂଖ୍ୟାରେ ଭିନ୍ନକ୍ଷମ ଶିଶୁ ଓ ସେମାନଙ୍କର ଅଭିଭାବକ ଯୋଗଦେଇଥିଲେ।



