ଅସତ୍ୟ ଉପରେ ସତ୍ୟ ର ବିଜୟ ସ୍ୱରୂପ, ଧରାପୃଷ୍ଠ କୁ ଅତ୍ୟାଚାରୀ କଂସ କବଳରୁ ରକ୍ଷା କରିବାକୁ ଯାଇ ଭଗବାନ କୃଷ୍ଣ, କଂସ କୁ ନିଧନ କରିଛନ୍ତି। ଏହା ସହ ପରିସମାପ୍ତି ଘଟିଛି ପାଞ୍ଚ ଦିନ ବ୍ୟାପୀ କୃଷ୍ଣଲୀଳା ଓ କଂସ ଦରବାର ଉଦଯାପିତ

ସୁବର୍ଣ୍ଣପୁର, ୨୧/୯ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁମାରକେଳି ଗ୍ରାମ ରେ ଶିବଶକ୍ତି ଯୁବକ ସଂଘ ଦ୍ୱାରା ଆୟୋଜିତ ୨୯ତମ ଗଣେଶ ପୂଜା ଅବସରରେ ଗତ ୧୬.0୯୨୦୨୬ ରୁ ଆରମ୍ଭ ହୋଇ ୨୦.0୯.୨୦୨୬ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ କୃଷ୍ଣଲୀଳା ଓ କଂସ ଦରବାର ର ପରିସମାପ୍ତି ଘଟିଛି। ବରଗଡ଼ ଜିଲ୍ଲା ଚିଚିଣ୍ଡା ଗ୍ରାମ ର, ପଶ୍ଚିମ ଓଡିଶା ର ସ୍ବନାମଧନ୍ୟ କଳାକାର ଝସକେତନ ପଧାନ କଂସ ଭୂମିକା ରେ ଅଭିନୟ କରି, ନିଜର ସଂଳାପ ମାଧ୍ୟମରେ ହଜାର ହଜାର ଲୋକଙ୍କୁ ବିଳମ୍ବିତ ରାତ୍ରି ଯାଏଁ ବାନ୍ଧି ରଖିବାରେ ସମର୍ଥ ହୋଇଛନ୍ତି। ଅନ୍ତିମ ସନ୍ଧ୍ୟା ରେ ଗୋପାଙ୍ଗନା ମାନେ ମଥୁରା ରେ ଦଧି ବିକ୍ରି କରିବା ନାଟକ ର ଦୃଶ୍ୟ ରେ କୁନି କୁନି କଳାକାର ଙ୍କ ଅଭିନୟ ଏବଂ ଅକ୍ରୁର ଓ କଂସ ର କଥୋପକଥନ ବେଶ ଭାବପୂର୍ଣ୍ଣ ହୋଇଥିଲା।ଗତକାଲି ରାଜଦରବାର ରେ ଅତିଥି ରୂପେ ବିରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ଦେଶଫାଲ ମହୋତ୍ସବ କମିଟି ର ସଭାପତି ପଦ୍ମଲୋଚନ ମିଶ୍ର,ପଂଚାୟତ ସମିତି ଅଧ୍ୟକ୍ଷ ଉଲୁଣ୍ଡା ଙ୍କ ପ୍ରତିନିଧି କୁର୍ତ୍ତିବାସ ମିଶ୍ର, ରକ୍ସା ପଂଚାୟତ ର ସମିତି ସଭ୍ୟ ସଂଜୀବ ଭୋଇ, ମହଦା ପଂଚାୟତ ର ପୂର୍ବତନ ସରପଞ୍ଚ ଫିରୋଜ ବେହେରା, ପ୍ରତାପ ଶତପଥୀ, କ୍ଷମା ଶତପଥୀ, ରଘୁନାଥ ନାଟ୍ୟ ସଂସଦ ର ବରିଷ୍ଠ କଳାକାର ପ୍ରମୋଦ ବେହେରା, ବିନୋଦ ମହାପାତ୍ର, ବିକାଶ ପଧାନ, ଭାଜପା ର ଯୁବମୋର୍ଚା କୋ -ଓଡିନେଟର କେଶବ ସାହୁ, ଯୁବ ସଂଗଠକ ପୃଥ୍ଵୀରାଜ ଜଗଦଲା ପ୍ରମୁଖ ଯୋଗଦାନ କରି ସଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l କଂସ ଭୂମିକା ରେ ଅଭିନୟ କରୁଥିବା ଝସକେତନ ପଧାନ ଙ୍କୁ ମୁଖ୍ୟ ଅତିଥି,ବିଧାୟକ ବିରମହାରାଜପୁର ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ପାଞ୍ଚଦିନ ବ୍ୟାପୀ ଏହି ଯାତ୍ରା ମହୋତ୍ସବ କୁ ପରିଚାଳନା କରିଥିବା ଶିକ୍ଷକ ହୃଷିକେଶ ଚାନ୍ଦ ଙ୍କୁ କଂସ ମହାରାଜ,ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମୁଦାୟ କାର୍ଯ୍ୟକ୍ରମ କୁ କ୍ଲବ ସଭାପତି ଛବିଳ ମେହେର, ଉପ ସଭାପତି ପ୍ରଫୁଲ୍ଲ ପଧାନ, ସମ୍ପାଦକ ଅଜିତ ପଧାନ, ଉପଦେଷ୍ଟା ରଞ୍ଜନ ପଧାନ, ନିଗମାନନ୍ଦ ବେହେରା, ସକ୍ରିୟ ସଦସ୍ୟ ରାଜୀବ ମେହେର, ଶ୍ରୀମୁଖ ମେହେର,ସରୋଜ ସେଠି,ମୁକୁନ୍ଦ ମେହେର,ନବୀନ ମେହେର, ବଶିଷ୍ଠ ମେହେର ,ସାମନ୍ତ ମେହେର, ସତ୍ୟ ପଧାନ, ତରଣୀ ପଧାନ, ଶଙ୍କର ମେହେର, ପଞ୍ଚାନନ ମେହେର, ରାଜୁ ମେହେର, ଗୋବିନ୍ଦ ମେହେର, ରଘୁନାଥ ମେହେର, ଚୈତନ୍ୟ ମେହେର, ବୁଦ୍ଧଦେବ ମେହେର ପ୍ରମୁଖ ସହଯୋଗ କରିଥିଲେ।



