ଓଡିଶା

ବଣୁଆ ହାତୀ ଆକ୍ରମଣରେ ବୣଦ୍ଧ ମୃତ

କଟକ ବନଖଣ୍ଡ ଅନ୍ତର୍ଗତ ବୈରୀ ଡାଳିଯୋଡ଼ା ବନାଞ୍ଚଳର ଶାଳପଡା ପଞ୍ଚାୟତ ବନ୍ଧପଲ୍ଲୀ ଗ୍ରାମର ଜଗନ୍ନାଥ ରାଉତ(୭୫) ବଣୁଆ ହାତୀ ଆକ୍ରମଣର ଶିକାର ହୋଇ ଆଜି ଭୋର ସମୟରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ସୂଚନା ମୁତାବକ ଆଜି ଭୋର ୩ଟା ସମୟରେ ଜଗନ୍ନାଥ ଘରୁ ଉଠି ବାହାରକୁ ଆସିବା ସମୟରେ ହଠାତ ଘର ନିକଟରେ ଛିଡା ହୋଇଥିବା ଏକ ବଣୁଆ ହାତୀର ଶିକାର ହୋଇଥିଲା। ନିକଟରେ ଥିବା ଜଙ୍ଗଲରୁ ବଣୁଆ ହାତୀ ଖାଦ୍ୟ ଅନ୍ବେଷଣରେ ଆସିଥିବା ବେଳେ ଜଗନ୍ନାଥଙ୍କ ସାମ୍ନାସାମ୍ନୀ ହୋଇଥିଲା। ହାତୀ ଆକ୍ରମଣରେ ଜଗନ୍ନାଥଙ୍କ ମୃତ୍ୟୁ ଘଟିଥିବା ବେଳେ ଖବର ପାଇ ବୈରୀ ରେଞ୍ଜର ସଚିଦାନ୍ଦ ସୁବୁଦ୍ଧି ଓ ଅନ୍ୟ ବନ ବିଭାଗ କର୍ମଚାରୀମାନଙ୍କ ସହିତ ବୈରୀ ପୋଲିସି ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ବ୍ଯବଛେଦ୍ଦ ପାଇଁ ଆଣିଥିବା ସୂଚନା ମିଳିଛି। ଶବ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି. ଏବଂ ଜଙ୍ଗଲ ବିଭାଗ ଆଇନୀ ଅନୁଯାୟୀ ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ଦିଆଯାଇଛି. ଓ ଅବଶିଷ୍ଟ ନ ଲକ୍ଷ ଟଙ୍କା ଜଙ୍ଗଲ ବିଭାଗ ଆଇନୀ ଅନୁଯାୟୀ ତୁରନ୍ତ ପୈଠ କରାଯିବ ବୋଲି ସହକାରୀ ବନ. ସଂରକ୍ଷକ ରବିନାରାୟଣ ମହନ୍ତୀ ପ୍ରକାଶ କରିଛନ୍ତି.

Related Articles

Leave a Reply

Your email address will not be published. Required fields are marked *

Back to top button