ଓଡିଶା

ଗଛ ପଡ଼ି ବିଧାୟକ ମଙ୍ଗୁ ଖିଲଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ବିଧାୟକ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବିଧାନସଭା କ୍ଷେତ୍ରର ବିଧାୟକ ମଙ୍ଗୁ ଖିଲ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡା ଅଞ୍ଚଳକୁ ଗସ୍ତରେ ଯାଇଥିବା ବେଳେ କାଳବୈଶାଖୀ ପ୍ରଭାବରେ ତାଙ୍କ ଗାଡ଼ି ଉପରେ ଏକ ବିରାଟକାୟ ଗଛ ପଡ଼ିଯାଇଥିଲା। ସୂଚନା ଅନୁସାରେ, ଚିତ୍ରକୋଣ୍ଡା ଘାଟିର ଭଲବ-ହାଉସ ଛକ ନିକଟରେ ଏହି ଘଟଣା ଘଟିଥିଲା। ହଠାତ୍ ପ୍ରବଳ ପବନ ଓ ବର୍ଷା ଯୋଗୁଁ ରାସ୍ତା କଡ଼ରେ ଥିବା ଏକ ବଡ଼ ଗଛ ଉପୁଡ଼ି ପଡ଼ି ବିଧାୟକଙ୍କ ଗାଡ଼ି ଉପରେ ପଡ଼ିଥିଲା। ଫଳରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ଗାଡ଼ି ଭିତରେ ଫସି ରହିଥିଲେ। ତେବେ ବିଧାୟକଙ୍କ ପ୍ରତିନିଧି ଇସାକ୍ ଖୋସଲାଙ୍କ ଉପସ୍ଥିତ ବୁଦ୍ଧି ଓ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣକୁ ଏଡ଼ାଯାଇପାରିଥିବା କୁହାଯାଉଛି। ଘଟଣା ପରେ ସ୍ଥାନୀୟ ପ୍ରଶାସନ ଓ ଓର୍କେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା। ଗଛ କାଟି ବିଧାୟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଧାୟକ ସୁରକ୍ଷିତ ଥିବା ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button