ଓଡିଶା

ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଠି ଓଡିଶା ତରଫରୁ ବନ୍ଧୁ ମିଳନ ଅନୁଷ୍ଠିତ

ଚଣ୍ଡିଖୋଲ – ଆଜି ପବିତ୍ର ରଜ ପର୍ବ ର ଶେଷ ଦିନ ମଙ୍ଗଳ ବାର ଜୁନ 16 ତାରିଖ ଶ୍ରୀ ଜଗନ୍ନାଥ ଚାରଣ ଗୋଷ୍ଟି ଓଡ଼ିଶା ତରଫରୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରେ ଥିବା ନୂଆ ସୁଙ୍ଗଡ଼ା ଗ୍ରାମର ବିଶେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣ ରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ପ୍ରଥମେ ସମ୍ପୂର୍ଣ ସ୍ଵଧାୟ କରାଜାଇଥିଲ।।ଏହି କାର୍ଯ୍ୟକ୍ରମ ରେ କେଉଁଝର,କେନ୍ଦ୍ରାପଡ଼ା, କଟକ, ଯାଜପୁର, ବାଲେଶ୍ୱର,ଢେଙ୍କାନାଳ ଆଦି ଜିଲ୍ଲାରେ ଅବସ୍ଥିତ ଶାଖା ରୁ ପ୍ରାୟ 50 ପ୍ରମୁଖ ସଭ୍ୟ ଯୋଗ ଦେଇଥିଲେ।ସଭାପତି ଡକ୍ଟର ଗୋପାଳ ଚନ୍ଦ୍ର ବାରିକ,ସମ୍ପାଦକ ଶ୍ରୀ ଭାଗିରଥି ପାଣିଗ୍ରାହୀ,କୋଷାଧକ୍ଷ ରଞ୍ଜିତ ଦାସ,ସହ ସମ୍ପାଦକ ଦୁର୍ଯୋଧନ ବେହେରା,ପତ୍ରିକା ସମ୍ପାଦକ ପଣ୍ଡିତ ପ୍ରଫୁଲ୍ଲ ମିଶ୍ର,ଉପସଭାପତି ବିପିନ ପଣ୍ଡା,ଯୁଗ୍ମ ସମ୍ପାଦକ ଶ୍ରୀ ବ୍ରହ୍ମାନନ୍ଦ ଜେନା, ଉପଦଳପତି ଶରତ ରାଉତ ତଥା ସବୁଠାରୁ ବୟସ୍କ ଚାରଣ ନେତୁଆ ର ଲଛମନ ସାହୁ ଆଦି ଯୋଗ ଦେଇଥିଲେ।ଏଥିରେ ନୂତନ ସଦସ୍ୟଙ୍କୁ ସ୍ୱାଗତ କରାଯାଇଥିଲା।ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ପାଇଁ ଅନନ୍ତ ମହଲା ଙ୍କୁ ଉପଦେଷ୍ଟା ଭାବେ ସମସ୍ତେ ସ୍ତିର୍ କରି ସ୍ୱାଗତ କରିଥିଲେ।ସେହିପରି ସୁଭଦ୍ରା ବାହିନୀ ର ମୁଖ୍ୟ ଭାବେ ଶିକ୍ଷୟତ୍ରୀ ପ୍ରଣତି ସାହୁ ଙ୍କୁ ଦାୟିତ୍ୱ ଦିଆଯାଇଥିଲା।କୁଆଖିଆ ମଣ୍ଡଳ ପାଇଁ ନଟବର ସେଠୀ ଙ୍କୁ ଦଳପତି ରୂପେ ବଛାଯାଇଥିବା ବେଳେ କୀର୍ତ୍ତନ ମଣ୍ଡଳୀ,ପ୍ରବକ୍ତା ମଣ୍ଡଳୀ ତିଆରି କରାଯାଇଥିଲା। କଟକ ଜିଲ୍ଲା ଦାୟିତ୍ୱ ସୁଦୀପ୍ତ ସ୍ୱାଇଁ ଓ ସରୋଜ ଭାଇଙ୍କୁ ସ୍ଥିର କରିଥିଲେ।ପିପିଲ୍ ଡିହ ଶାଖା ର ସମ୍ପାଦକ ଭାବରେ ରବୀନ୍ଦ୍ର ରାଉତ ଙ୍କୁ ଅନୁଷ୍ଠାନ ଦାୟିତ୍ୱ ଦିଆଯାଇଥିଲା।ସେହିପରି ରାଧାଦେଇପୂର୍ ଶାଖାର ଦଳପତି ରୂପେ ନିରଞ୍ଜନ ଗନ୍ତାୟତ ଙ୍କୁ ଘୋଷଣା କରିଥିଲେ।ଆଗକୁ ସମସ୍ତ ସଭ୍ୟ ନିଜ ନିଜର ଆଧାର ଫୋଟୋ ଦେଇ ନବୀକରଣ କରି ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିବ ବୋଲି ସର୍ବ ସମତି ପ୍ରକାଶ ପାଇଥିଲା।ଆସନ୍ତା ବର୍ଷକ ମଧ୍ୟରେ ଶାଖା ବୃଦ୍ଧି ସାମାଜିକ କାମ ସହ ଅନେକ ପ୍ରସ୍ତାବ ଆଗତ କରିଥିଲେ।ଶେଷରେ ସାମ୍ବାଦିକ ଭାଇଙ୍କୁ ସମ୍ମାନିତ କରି ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button