ଓଡିଶା

ଓଡିଶା ଗ୍ରାମୀଣ ବ୍ୟାଙ୍କ୍ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଧର୍ମଶାଳା,୧୭/୦୬  : ଓଡିଶା ଗ୍ରାମୀଣ ବ୍ୟାଙ୍କ୍ ଚଣ୍ତିଖୋଲ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଥିବା ଜେନାପୁର ଶାଖାର ଅତିରିକ୍ତ ଶାଖା ପରିଚାଳକ ସାଗର ମହାରଣାଙ୍କୁ ଗୋମାତା ସେବା ସଙ୍ଗଠନ ତରଫରୁ ସମ୍ମାନ ସଦିଚ୍ଛା ସହ ବିଦାୟ ସମ୍ବର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସେବା ସଙ୍ଗଠନର ସମ୍ପାଦକ ନିଷ୍କାନ୍ତ ଖଟୁଆ ଓ ପ୍ରକାଶ କୁମାର ଗୋଚ୍ଛାୟତ କାର୍ଯ୍ୟାଳୟରେ ଉପସ୍ଥିତ ରହି ଶ୍ରୀଯୁକ୍ତ ମହାରଣାଙ୍କୁ ଉତ୍ତରୀୟ ଦେବା ସହିତ ଗୋମାତାଙ୍କ ଫଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେ ପ୍ରଥମେ ସୁଜୁନପୁର ଶାଖାରେ ୨୦୨୦ ମସିହାରେ ଅତିରିକ୍ତ ଶାଖା ପରିଚାଳକ ଭାବେ ଯୋଗଦେଇ ୨ ବର୍ଷ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ବଦଳି ହୋଇ ୨୦୨୨ରେ ଜେନାପୁର ଶାଖାରେ ଯୋଗ ଦେଇଥିଲେ । ଜେନାପୁର ଶାଖାରେ ୩ବର୍ଷ ରୁ ଉର୍ଦ୍ଧ୍ବ କାର୍ଯ୍ୟକରି ଗ୍ରାହକମାନଙ୍କୁ ଉତ୍ତମ ସେବା ଦେଇ ପ୍ରିୟପାତ୍ର ହୋଇପାରିଥିଲେ । ସେ ଜଣେ ଉତ୍ତମ ମଣିଷ ଓ ମେଳାପି ଭାବେ ଶାଖାର ସମସ୍ତ କର୍ମଚାରୀଙ୍କୁ ସଂପର୍କ ଡୋରରେ ବାନ୍ଧିରଖିବା ସହ ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରୁଥିଲେ। ଜେନାପୁର ଶାଖରେ ଅନ୍ତିମ ଦିନରେ ଶାଖାର ସମସ୍ତ କର୍ମଚାରୀ ପୁରୁଣା ଦିନର କାର୍ଯ୍ୟର ସ୍ମୃତିକୁ ମନେ ପକାଇ କୋହଭରା ହୋଇପଡିଥିଲେ। ସେ ବର୍ତ୍ତମାନ ଜେନାପୁର ଶାଖାରୁ ବଦଳି ହୋଇ ସମିଆଁ ଶାଖାରେ ଯୋଗଦେବେ ବୋଲି ଶାଖା ପରିଚାଳକ ବିଶ୍ୱଜିତ୍ ନାୟକ ସୂଚନା ଦେଇଛନ୍ତି । ତାଙ୍କ ସ୍ଥାନରେ ନୂତନ କର୍ମଚାରୀ ଭାବେ ଦେବାଶିଷ ସେଠି ଯୋଗଦେଇଛନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button