ଓଡିଶା

ହାଇୱା ଧକ୍କାରେ ଷ୍ଟାମ୍ପ ଭେଣ୍ଡର ଙ୍କ ମୃତ୍ୟୁ

ବଡ଼ଚଣା(ତା,୧୮/୦୬/୨୬): ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଫାଣ୍ଡି ଅଧିନସ୍ଥ ୫୩ ନମ୍ବର ଜାତୀୟ ରାଜପଥ ସୁଭଦ୍ରା ପୁର ଛକ ନିକଟ ଫରେଷ୍ଟ ଅଫିସ ସାମନାରେ ଆଜି ଦିନ ୧.୩୫ ସମୟରେ ରେ ଜଣେ ବାଇକ ଆରୋହୀକୁ ପଛ ପଟେ ଧକ୍କା ଦେବାରୁ ଘଟଣା ସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲେ l ଘଟଣା ରୁ ପ୍ରକାଶ ଯେ ବଡ଼ଚଣା ଦେଉଳକୁର ଗ୍ରାମର ରବୀନ୍ଦ୍ର ରଣା (୭୦) ସବ୍ରେଷ୍ଟ୍ର କାର୍ଯ୍ୟଳୟରେ ଷ୍ଟାମ୍ପ ଭେଣ୍ଡର ଭାବରେ କାର୍ଯ୍ୟ ସାରି ମହାବିନାୟକ ମନ୍ଦିର ଚଣ୍ଡିଖୋଲ ଅଭିମୁଖେ ଏକ ନିର୍ବନ୍ଧ କାର୍ଯ୍ୟରେ ଯାଉଥିଲେ।ତାଙ୍କ ସ୍କ୍ୱଟି ଯାହାର ନମ୍ବର ଓଡି ୦୪ ଭି ୬୧୪୧ କୁ ପଛପଟୁ ଅନ୍ୟ ଏକ ୧୨ ଚକିଆ ହାଇୱା ଯାହାର ନମ୍ବର ଓଡି ୨୨ଏ,ଇ ୮୪୫୪ ସ୍କୁଟି ଉପରେ ଚଢି ଯାଇଥିଲା ।ଘଟଣା ସ୍ଥଳେ ତାଙ୍କର ମୃତ୍ୟୁ ହୋଇଥିଲା l ଖବର ପାଇ ବଡ଼ଚଣା ପୋଲିସ ଓ ଚଣ୍ଡିଖୋଲ ପୋଲିସ ଘଟଣା ସ୍ଥଳେ ପହଞ୍ଚି ଶବକୁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇବା ସହିତ ଗାଡି ଦୁଇଟିକୁ ଜବତ କରି ଚଣ୍ଡିଖୋଲ ଫାଣ୍ଡିକୁ ଆଣି ଥିଲେ l ଘଟଣା ସ୍ଥାଳରୁ ହାଇୱା ଚାଳକ ଫେରାର ହୋଇଥଲା , ପୋଲିସ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚଳାଇଛି ଖୁବ୍ ଶୀଘ୍ର ଚାଳକଙ୍କୁ ଗିରଫ କରିବ ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଏହି ଘଟଣାର ଖବର ପ୍ରଚାରିତ ହେବା ପରେ ଦେଉଳକୂର ସହ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚିବା ସହିତ ଗଭୀର ଦୁଃଖ ପ୍ରକାଶ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା lବଡଡଚଣା ବିଧାୟକ ଅମର କୁମାର ନାୟକ, ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ,ପୂର୍ବତନ ସମିତି ସଭ୍ଯ ରବିନ୍ଦ୍ର ଦାଶ,ନିଳକଣ୍ଠ ମିଶ୍ର, ରମାକାନ୍ତ ରାଉତ,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ, ବିଜେପି ଜିଲ୍ଲା ଉପସଭାପତି ପ୍ରମୋଦ କୁମାର ଜେନା,ବିମଳ ପ୍ରସନ୍ନ ପ୍ରଧାନ,ମନୋରମା ଆଚାର୍ଯ୍ଯ ପ୍ରମୁଖ ଶ୍ରୀ ରଣାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button