ଧର୍ମଶାଳା ,୨୧/୦୬(ନିଷ୍କାନ୍ତ ଖଟୁଆ) : ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ରବିବାର ସକାଳ ୬ ଘଟିକାରୁ ଆରମ୍ଭ ହୋଇ ୮ ଘଟିକା ପର୍ଯ୍ୟନ୍ତ ଦେଢ ଘଣ୍ଟା ଧରି ଯୋଗ ଶିକ୍ଷା ଦିଆଯାଇ ଯୋଗ ଦିବସ ପାଳନ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ତିରିଶି ଜଣ ଏନସିସି ଛାତ୍ରଙ୍କୁ ନେଇ ବିଦ୍ୟାଳୟର କଳା ଶିକ୍ଷକ ବିଶ୍ୱନାଥ ମହାରଣା ଓ ଏନସିସି ଶିକ୍ଷକ କାଳନ୍ଦି ଚରଣ ପଣ୍ତା ଯୋଗ ଶିକ୍ଷା ପ୍ରଦାନ କରିଥଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଓ ପୁରାତନ ଛାତ୍ର ଲୋକନାଥ ପୁରୀ ସହଯୋଗ କରିଥିଲେ।



