ଓଡିଶା

ଗଞ୍ଜାମ ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ଗଞ୍ଜାମ ଜିଲ୍ଲା ପ୍ରତିନିଧି ଦଳ

ଛତ୍ରପୁର: ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ୱି କୀର୍ତ୍ତି ୱାସନ୍ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ଗଞ୍ଜାମ ଜିଲ୍ଲା ପ୍ରତିନିଧି ଦଳ ।ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ମୀରାବାଇ ଦେଓ, ଗଞ୍ଜାମ ଜିଲ୍ଲା ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ସୁବ୍ରତ କୁମାର ଦାଶ, ସଦସ୍ୟ ଲୋକନାଥ ମାହାନ୍ତି ପ୍ରମୁଖ ଗଞ୍ଜାମ ଜିଲ୍ଲାପାଳଙ୍କୁ ଉପଢୌକନ, ଫଟୋ ଚିତ୍ର ପ୍ରଦାନ କରିଥିଲେ । ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଗଣମାଧ୍ୟମ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନ ର ସହଯୋଗ ବିଷୟରେ ଆଲୋଚନା ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button