ଶ୍ରୀଲିପ୍ତା ପ୍ରିଣ୍ଟ୍ ମିଡ଼ିଆ ଓ ଦୈନିକ ଖବରକାଗଜ ‘ଅପରାହ୍ନ’ ପରିବାର ପକ୍ଷରୁ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ।
ଭୁବନେଶ୍ୱର/ ପାରଳାଖେମୁଣ୍ଡି:-ବାଲେଶ୍ବରର ଶ୍ରୀଲିପ୍ତା ପ୍ରିଣ୍ଟ୍ ମିଡ଼ିଆ ଓ ଦୈନିକ ଖବରକାଗଜ ‘ଅପରାହ୍ନ’ ପକ୍ଷରୁ ଏକ ବୃହତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନ ପରିସରରେ ବର୍ଣ୍ଣାଢ୍ୟ ପରିବେଶରେ ଅପରାହ୍ନର ସମ୍ପାଦକ ଶ୍ରୀ ବଂଶୀଧର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉଦ୍ଘାଟକ ଭାବେ ବରିଷ୍ଠ କବି ତଥା ପୂର୍ବତନ ସାଂସଦ ଭୁବନେଶ୍ଵର, ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ,ମୁଖ୍ୟଅତିଥ୍ ଭାବେ ଓଡ଼ିଶା ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ଭୁବନେଶ୍ୱର, ଡକ୍ଟର ପ୍ରସନ୍ନ କୁମାର ସ୍ବାଇଁ, ବରେଣ୍ୟ ବକ୍ତା ଭାବରେ ଉତ୍କଳ ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ମନୀନ୍ଦ୍ର କୁମାର ମେହେର, ବରେଣ୍ୟ ବକ୍ତା ଭାବେ ବରିଷ୍ଠ କବି ତଥା କଳିଙ୍ଗ ଟିଭିର ସମ୍ପାଦକ, ଭୁବନେଶ୍ୱର ଡକ୍ଟର ରକ୍ଷକ ନାୟକ,ବରେଣ୍ୟ ବକ୍ତା ଭାବରେ ସାହିତ୍ୟିକ କାଳୀ କିଙ୍କର ଦାସ, ବରିଷ୍ଠ ସାହିତ୍ୟିକ ଭଗବାନ ଦାସ ଓ ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ଓ ଅପରାହ୍ନ ଖବରକାଗଜର ପ୍ରକାଶିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଏହି ଅବସରରେ ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆ ପକ୍ଷରୁ ୨୦୨୬ରେ ପ୍ରକାଶିତ ୮୪ ଗୋଟି ପୁସ୍ତକ ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ଅତିଥି ମାନେ ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ଓ ଅପରାହ୍ନ ଖବରକାଗଜର ଏହି ପ୍ରୟାସକୁ ସାଧୁବାଦ ପ୍ରଦାନ ସହ ଭୂୟସୀ ପ୍ରଶଂସା କରିଥିଲେ। ଏଥି ସହିତ ବରିଷ୍ଠ ସାହିତ୍ୟିକ, କବି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାରସ୍ବତ ସାଧକ, ସାମ୍ବାଦିକ, ସମାଜସେବୀ ,ଶିକ୍ଷାବିତ୍, ସଂଯୋଜକ/ସଂଯୋଜିକା ପ୍ରମୁଖ ଯୋଗ ଦେଇଥିଲେ।ଉନ୍ମୋଚିତ ପୁସ୍ତକ ଗୁଡିକର ସମୀକ୍ଷା ସଂଯୋଜକ/ ସଂଯୋଜିକା ମାନେ ସଫଳତାର ସହ ନିର୍ବାହ କରିଥିଲେ।ଅତିଥି ମାନେ ସାହିତ୍ୟିକ ତଥା ଔପନ୍ୟାସିକ ଫକୀର ମୋହନ ସେନାପତିଙ୍କର ପ୍ରତିଛବି ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଫେସର ତଥା ଫକୀରମୋହନ ସେନାପତିଙ୍କର ଅଣ ନାତୁଣୀ ଡ଼ଃ ମୋନିକା ଦାସ ଯୋଗ ଦେଇଥିଲେ। ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଅଧ୍ୟାପକ ଡକ୍ଟର ପ୍ରଦୀପ୍ତ ମିଶ୍ର ଦକ୍ଷତାର ସହ ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାର ସଂଯୋଜକ ଓ ସଂଯୋଜିକା ଯଥା କବିଜ୍ୟୋତି ନିରଞ୍ଜନ ପତି, ବିଭୁତି ଭୂଷଣ ଗ୍ରହାଚାର୍ଯ୍ୟ, ରମେଶ ଚନ୍ଦ୍ର ନାୟକ, ମୃତ୍ୟୁଞ୍ଜୟ ଦକ୍ଷିଣରାୟ, ରଶ୍ମୀ ସାମଲ, ନିହାର ରଞ୍ଜନ ସାବତ, କଣ୍ଡୁରି ଚରଣ ରାଉତ,ଡ଼.ଗଗନ ଚନ୍ଦ୍ର ଦେ, ସୁବ୍ରତ କୁମାର ପ୍ରଧାନ, ନୃସିଂହ ଚରଣ ତ୍ରିପାଠୀ, ଅଞ୍ଜନା ପଟ୍ଟନାୟକ, ସାଗର ପରିଡ଼ା, ପ୍ରସନ୍ନ କୁମାର ମେହେର, ସୁନିଲ ପ୍ରଧାନ, ବିଶ୍ୱନାଥ କିଙ୍କର ରାଉତ, ଦିଗମ୍ବର ବେହେରା , ରଶ୍ମିତା ନାୟକ,ପ୍ରମୋଦ କୁମାର ପାଢ଼ୀ,ପ୍ରଦୀପ କୁମାର ପଣ୍ଡା, ମାଧୁରୀ ମିଶ୍ର, ଶିବଦୂତୀ ପାଣିଗ୍ରାହୀ, ସନ୍ଧ୍ୟାରାଣୀ ବେହେରା ଓ ସାମ୍ବାଦିକ ଶ୍ରୀ ରାଜେନ୍ଦ୍ର କୁମାର ରଥ, ସମରେନ୍ଦ୍ର ବାରିକ୍, ହେମନ୍ତ କୁମାର ସିଂ,ଲିପିକା ରାଉତ ପ୍ରମୁଖ ଯୋଗ ଦେଇଥିବାବେଳେ ସ୍ତମ୍ଭକାର ତଥା ସାମାଜିକ କର୍ମୀ ଶ୍ରୀଯୁକ୍ତ ପ୍ରମୋଦ କିଶୋର ପରିଡା ଙ୍କୁ ଉତ୍ତରୀୟ ଫୁଲତୋଡ଼ା ଦେଇ ସଂମ୍ମାନିତ କରାଯାଇଥିଲା!



