ମହାବିନାୟକ ପୀଠ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ବଡ଼ଚଣା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ଚଣା ନିର୍ବାଚନ ମଣ୍ଡଳୀକୁ ଗ୍ରସ୍ତ କରି ପଞ୍ଚ ଦେବଙ୍କ ପୀଠ ପ୍ରଭୂ ମହାବିନାୟକଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହିତ ଦୀର୍ଘ ୨୨ବର୍ଷ ପରେ ଦର୍ଶନ ର ସୌଭାଗ୍ୟ ଅର୍ଜନ କଲେ ବୋଲି କହିଲେ,ଉପ ମୁଖ୍ୟମନ୍ତ୍ରୀ ଙ୍କୁ ବଡଚଣା ବିଧାୟକ ଅମର କୁମାର ନାୟକ, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ପୋଲିସ ଆରକ୍ଷୀ ଅଧୀକ୍ଷକ ବିନିତ କୁମାର,ଦର୍ପଣ ତହସିଲର, ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଯାଜପୁର ଜିଲ୍ଲାର ପୋଲିସ ପ୍ରଶାସନ ତଥା ବଡ଼ଚଣା ବ୍ଲକ ର ପ୍ରଶାସନିକ ଅଧିକାରୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ ମହାବିନାୟକ ପୀଠକୁ,ଉପମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରଭୁଙ୍କ ଦର୍ଶନ କରିବା ସହିତ ପ୍ରଦୀପ ପ୍ରଜୋଳନ କରି ପଞ୍ଚ ଦେବଙ୍କ ଆଶୀର୍ବାଦ ଲାଭ କରିଥିଲେ ନିଜସ୍ୱ ବିଭାଗ ତଥା ପର୍ଯ୍ୟଟନ ବିଭାଗ ସାହାର୍ଯ୍ୟ ରେ ମହାବିନାୟକ ପୀଠର ଉନ୍ନତି ବିଜେପି ସରକାର ଓ ଅମର କୁମାର ନାୟକଙ୍କ କାର୍ଯ୍ୟକାଳ ସମୟରେ ସମ୍ଭବ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ଅମର କୁମାର ନାୟକ କହିଥିଲେ ଆମର ସୌଭାଗ୍ୟ ଆଜି ଆମେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ପାଇଛେ ଯାହା ତାଙ୍କ ନିଜସ୍ୱ ବିଭାଗ ଦ୍ୱାରା ଆମ ପବିତ୍ର ମହାବିନାୟକ ଙ୍କ ପୀଠର ଉନ୍ନତି ହେବ ବୋଲି ବିଶ୍ୱାସ ରହିଛି।ଚଣ୍ଡିଖୋଲ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବ୍ଲକ ଅଧ୍ୟକ୍ଷା ମୀନତୀ ସେନାପତି,ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ, ବିଜେପି ଜିଲ୍ଲା ସଭାପତି ଦେବଜାନୀ ପ୍ରଧାନ, ଉପସଭାପତି ପ୍ରମୋଦ କୁମାର ଜେନା,ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ, ମାନସ ରାଉତ ରାୟ,ମନୋଜ ପ୍ରଧାନ, ଅଶୋକ କୁମାର ସିଂ,ବିଶ୍ଵଜିତ ସାମଲ ,ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚିନ୍ଦ୍ର ପ୍ରସାଦ ନାୟକ, ସରପଞ୍ଚ ରଞନ କୁମାର ଦାଶ, ହରିଶଙ୍କର ପଣ୍ଡା ପ୍ରମୁଖ ସ୍ବାଗତ କରିଥିଲେ।ମିଶନ ଶକ୍ତି ମହିଳା ,ଚଣ୍ଡିଖୋଲ କଲେଜ ଛାତ୍ର ଛାତ୍ରୀ,ଚଣ୍ଡିଖୋଲ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ,ମହାବିନାୟକ ବାଳିକା ବିଦ୍ୟାଳୟ ଛାତ୍ରଛାତ୍ରୀ,ଜଗନ୍ନାଗ ଟ୍ରଷ୍ଟ ଓ ମହାବିନାୟକ ସାଂସ୍କୃତିକ ପରିଷଦ କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ଉପସ୍ଥିତ ହୋଇ ସ୍ବାଗତ କରିଥିଲେ।ଉଦିୟମାନ ସାଂସ୍କୃତିକ ପରିଷଦ କଳାକାର ମାନଙ୍କ ଦ୍ବାରା ରାସ୍ତା କଡରେ ପଞ୍ଚଟି ସ୍ଥାନରେ ନୃତ୍ୟ ପରିବେଷଣ କରି ନିଆରା ଢଙ୍ଗରେ ସ୍ବାଗତ କରିବା ଦେଖିବାକୁ ମିଳିଥିଲା।



