ପି.ଏମ.ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ନୂତନ ପରିଚାଳନା ସମିତି (SMC- School Management Committee) ଗଠନ

ରାଜ୍ୟ ସରକାରଙ୍କ ପତ୍ରାଙ୍କ ୭୦୬୩/SMC/୨୬.୦୬.୨୦୨୬ ତଥା ସରକାରଙ୍କ ନିୟମାବଳୀ ଅନୁଯାୟୀ ଆଜି (୧୫.୦୭.୨୬-ବୁଧବାର) ଆମ ପି.ଏମ୍ . ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ରେ ପ୍ରଧାନ ଶିକ୍ଷୟିତ୍ରୀ ମାନନୀୟା ମିନତୀ ଦେହୁରୀ ମହୋଦୟା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ NEW SMC FORMATION (ନୂତନ ପରିଚାଳନା ସମିତି)ର ଗଠନ କାର୍ଯ୍ୟ ସମସ୍ତ ସଭ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ତଥା ସହଯୋଗ ଫଳରେ ସଫଳତା ସହକାରେ ସମ୍ପାଦିତ ହୋଇଅଛି।ଏହି ବୈଠକରେ ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁର ସଭାପତି ଶ୍ରୀମତୀ କୃସିଦା ବେଗମ ଓ ମୁକ୍ତାଦେଇପୁର କ୍ଲଷ୍ଟରର CRCC ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡା ଉପସ୍ଥିତ ଥିଲେ। ସରକାରଙ୍କ ଦ୍ୱାରା ପ୍ରଦତ୍ତ ନୂତନ SMC ଗଠନର ନିୟମାବଳୀ ତଥା ନୂତନ ସଦସ୍ୟଙ୍କ ଭୂମିକା ସମ୍ବନ୍ଧରେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଅବଗତ କରାଇବା ସହ ତଦନୁଯାୟୀ ନୂତନ SMC ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ଶ୍ରୀମତୀ କୃସିଦା ବେଗମ ଓ ମୁକ୍ତାଦେଇପୁର କ୍ଲଷ୍ଟରର CRCC ଶ୍ରୀମତୀ ପ୍ରିୟମ୍ବଦା ପଣ୍ଡା ନୂତନ SMCର ସଦସ୍ୟଙ୍କ କାର୍ଯ୍ୟଧାରା ତଥା ବିଦ୍ୟାଳୟ ର ପ୍ରଗତିରେ SMC ଙ୍କ ଭୂମିକା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।

ସର୍ବସମ୍ମତି କ୍ରମେ ଦୁଇଜଣ ମହିଳା ସଦସ୍ୟା ଶ୍ରୀମତୀ ଶାନ୍ତିଲତା ସାହୁ ଙ୍କୁ SMC ର ସଭାପତି (PRESIDENT) ଓ ଶ୍ରୀମତୀ ସରୋଜିନୀ ସେଠୀ ଙ୍କୁ ଉପ ସଭାପତି ( VICE PRESIDENT ) ରୂପେ ମନୋନୀତ କରାଯାଇଥିଲା।
ଉଭୟ ସଦସ୍ୟାଙ୍କୁ ବିଦ୍ୟାଳୟ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତ ନୂତନ ପରିଚାଳନା ସମିତି ପରିବାରର ସକ୍ରିୟ ସଦସ୍ୟଙ୍କୁ ସେମାନଙ୍କ ବହୁମୂଲ୍ୟ ସମୟ ପ୍ରଦାନ ପୂର୍ବକ SMC ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ବିଦ୍ୟାଳୟ ତରଫରୁ ଧନ୍ୟବାଦ ତଥା କୃତଜ୍ଞତା ପ୍ରଦାନ କରାଯାଉଅଛି। ଆଶା କରୁଅଛୁ , ସମସ୍ତଙ୍କ ମିଳିତ ସହଯୋଗରେ ବିଦ୍ୟାଳୟକୁ ନୂତନ ଦିଗଦର୍ଶନ ମିଳିବା ସହ ବିଦ୍ୟାଳୟ ର ଉନ୍ନତିମୂଳକ କାର୍ଯ୍ୟ ସୁଚାରୁରୂପେ ଆଗେଇ ଚାଲିବ।



