ଓଡିଶା
ଵନ୍ୟାପଡିତା ପରିବାରଙ୍କୁ ସହାୟତା କଲେ ଲଲ
କୋରେଇ: ଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ଯାଜପୂରର ବିଭିନ୍ନ ଅଞ୍ଚଳ ଏବେ ବନ୍ୟା ଘରରେ । ବନ୍ୟାର ପ୍ରଖର ଏତେ ଭୟଙ୍କର ରୁପ ଧାରଣ କରିଅଛି ଯାହାଦ୍ଵାରା ବହୁତ କ୍ଷେୟକ୍ଷେତି ଦେଖିବାକୁ ମିଳିଛି। କୋରେଇ ଯାଜପୁର ଅଞ୍ଚଳର କ୍ଷେୟକ୍ଷେତି ଘଟିଥିବା ପରିବାରଙ୍କ ପାଖରେ ପହଞ୍ଚି ତାଙ୍କର ସୁଖଦୁଃଖ ଵୁଛିଛନ୍ତି ଯାଜପୁର ଓ କୋରେଇର ଯୁବ ନେତା ଭଵପ୍ରସାଦ ଦାସ ଲଲ। ଗାଁ ଟୁ ଗାଁ ବୁଲି ଲୋକଙ୍କ ଦୁଃଖ ଵୁଝିଵା ସହିତ କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ଶୁଖିଲା ଖାଦ୍ୟ ଵଣ୍ଟନ ସହିତ ସରକାରଙ୍କ ସହିତ ଆଲୋଚନା କରି ଯଥାସମ୍ଭବ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି ,ବନ୍ୟାକୁ ଖାତିର ନକରି ଟ୍ରାକ୍ଟର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟା ବୁଝି ଥିବାରୁ ଯାଜପୁର କୋରେଇ ଅଞ୍ଚଳରେ ଲାଲ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।



