ଓଡିଶା

କଇରାଝୁଲି ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପାଚିକା ଓ ସହାୟକ ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, ୩୦/୦୬ : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ପାଚିକା ଓ ସହାୟକ ମାନଙ୍କ ନିମନ୍ତେ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ପଧାନଙ୍କ ଅଧ୍ୟକ୍ଷ୍ୟତାରେ ଉଲୁଣ୍ଡା ଗୋଷ୍ଠୀ ସାଧନ କର୍ମୀ ଶ୍ରୀଯୁକ୍ତ ପ୍ରଶାନ୍ତ ଦାସ, କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ସନ୍ଥ ସମୀର ଜଗଦଲା, ଶ୍ରୀଯୁକ୍ତ ଶରତ କୁମାର ନାଏକ ପ୍ରମୂଖ ଉପସ୍ଥିତ ରହି ପାଚିକା ଓ ସହାୟକ ମାନଙ୍କୁ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ଉପରେ ଗୁରତ୍ୱପୂର୍ଣ୍ଣ ପରାମର୍ଶ ତଥା ପ୍ରଶିକ୍ଷଣ ଦେଇଥିଲେ।

ଏହାପରେ ସମସ୍ତ ପାଚିକା ତଥା ସହାୟକ ମାନଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ପଧାନଙ୍କ କରକମଳରେ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିବା ପାଇଁ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ଭୁକ୍ତା, ଶ୍ରୀଯୁକ୍ତ ଜିତେନ୍ଦ୍ର ପର୍ଡିଆ, ଶ୍ରୀଯୁକ୍ତ ପ୍ରଭାସ ମେହେର, ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ, ଶ୍ରୀଯୁକ୍ତ ନରସିଂହ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button