ଓଡିଶା

ମାଇ ଭାରତ ଢେଙ୍କାନାଳ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ଢ଼େଙ୍କାନାଳ (ବିନାୟକ ନିୟୁଜ୍) ମାଇ ଭାରତ ଢେଙ୍କାନାଳ ତରଫରୁ ଗୋବିନ୍ଦପୁର ଠାରେ ଥିବା ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇଥିଲେ ସ୍ୱତନ୍ତ୍ର ଶିକ୍ଷା ବିଭାଗର ଅଧ୍ୟାପକ ରଶ୍ମିରଞ୍ଜନ ପୃଷ୍ଟି,ଶିକ୍ଷୟତ୍ରୀ ରିଙ୍କି ସାହୁ,ଶିକ୍ଷୟତ୍ରୀ ସୃତିପ୍ରଭା ପରିଡ଼ା ପ୍ରମୁଖ।ଅତିଥି ମାନେ ଜୀବନ ର ମହତ୍ଵ ଓ ବାର୍ଦ୍ଧକ୍ୟ ସମୟର ଗୁରୁତ୍ୱ ସମ୍ବଦ୍ଧରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ଏହା ପରେ ଅଧ୍ୟାପକ ରଶ୍ମିରଞ୍ଜନ ପୃଷ୍ଟି ବୟ ଜ୍ୟୋଷ୍ଠ ବ୍ୟକ୍ତି ମାନଙ୍କୁ ଖୁସି ପ୍ରଦାନ କରିବା ପାଇଁ ମ୍ୟୁଜିକ ଚେୟାର ଖେଳ ର ଆୟୋଜନ କରିଥିଲେ।ଏହି ଖେଳରେ ବୟଜ୍ୟେଷ୍ଠ ବ୍ୟକ୍ତିମାନେ ବହୁତ୍ ଖୁସି ବ୍ୟକ୍ତ କରିଥିଲେ।ପରିଶେଷରେ ଅତିଥି ମାନେ ସମସ୍ତ ବୟଜ୍ୟେଷ୍ଠ ବ୍ୟକ୍ତି ମାନଙ୍କୁ ଉତ୍ତରୀୟ ସହିତ ଗୋଲାପ ଫୁଲ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ମାଇଭାରତର କର୍ମଚାରୀ ବିପ୍ରବର ବେହେରା ପରିଚାଳନା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button