ମାଇ ଭାରତ ଢେଙ୍କାନାଳ ତରଫରୁ ଗାନ୍ଧୀ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ଢେଙ୍କାନାଳ ( ବିନାୟକ ନିୟୁଜ୍) ଜାତିର ପିତା ମହାତ୍ମା ର ଜନ୍ମ ଜୟନ୍ତୀ ଅବସରରେ କୁଞ୍ଜକାନ୍ତ ଠାରେ ଏକ ସାଧାରଣ ସଭାକାର୍ଯ୍ୟ ର ଆୟୋଜନ କରାଯାଇଥିଲା।ଏହା ପରେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ଶିକ୍ଷକ ନେକୁଳ ଚରଣ ଦାସ,ଶିକ୍ଷୟତ୍ରୀ ସଂଘମିତ୍ରା ନାୟକ,ଶିକ୍ଷକ – ଚିନ୍ମୟ କୁମାର ବେହେରା ପ୍ରମୁଖ। ମଞ୍ଚାସିନ ଅତିଥିମାନେ ନିଜର ଅଭିଭାଷଣ ମାଧ୍ୟମରେ ପ୍ରତିପାଦନ କରିଥିଲେ ଯେ ପରମ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ର ନୀତି ଓ ଆଦର୍ଶ ରେ ଆମ୍ଭେମାନେ ଅନୁପ୍ରାଣିତ ହୋଇ ଏକ ଆଦର୍ଶ ଭାରତ ଗଠନ କରି ଗାନ୍ଧିଜୀ ଙ୍କ ର ସ୍ବପ୍ନ ର ଭାରତ କୁ ସାକାର କରିବା ପାଇଁ ଚେଷ୍ଟା କରିବା।ବକ୍ତୃତା ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଶ୍ରୀୟାନ୍ସି ସାହୁ,ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଆଲିଷା ମହାନ୍ତି ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ଚିରନ୍ ଜିତ୍ ଦାସ କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନେ ପୁରସ୍କାର ପ୍ରଦାନ କରିବା ସହିତ ଉତ୍ସାହିତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ ମାଇ ଭାରତର କର୍ମଚାରୀ ବିପ୍ରବର ବେହେରା,ପରିଶେଷରେ ସେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ।



