ଓଡିଶା
ଫେରି ଆସିଛି ମୋ ଘର ଚଟିଆ” – ପକ୍ଷୀପ୍ରେମୀ ସତ୍ୟଜିତ
ସୁବର୍ଣ୍ଣପୁର, ୨/୮ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଖଜୁରିଆପାଲି ଗ୍ରାମରେ ପକ୍ଷୀପ୍ରେମୀ ସତ୍ୟଜିତ ଗଡୁଆଙ୍କ ଆପ୍ରାଣ ଉଦ୍ୟମରେ ସଂରକ୍ଷଣ କାର୍ଯ୍ୟ ଦ୍ୱାରା ହଜି ଯାଇଥିବା ବିଲୁପ୍ତ ଘର ଚଟିଆଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ସତ୍ୟଜିତଙ୍କ କହିବା ଅନୁସାରେ ନଡ଼ା ପୁଆଳ ଚାଳ ଛପର ଘର କୌଣସି ଜାଗାରେ ନଥିବାରୁ ଘରଚଟିଆ ବିଲୁପ୍ତ ହୋଇ ଦେଖା ଦେଉନଥିଲେ କିନ୍ତୁ ନିରନ୍ତର ପ୍ରୟାସ ହେତୁ ଧୀରେ ଧୀରେ ସଂଖ୍ୟାଧିକ ହେବା ସହ କିଚିରି ମିଚିରି ରାବରେ ଫାଟି ପଡୁଛି ପରିବେଶ ଏହା ଦେଖି ଅତ୍ୟନ୍ତ ଆନନ୍ଦିତ ପକ୍ଷୀପ୍ରେମୀ ସତ୍ୟଜିତ।”ଜୀବେ ଦୟା ଶ୍ରେଷ୍ଠ ଧର୍ମ ” କୁ ମନ୍ତ୍ର କରି ପକ୍ଷୀ ସେବାରେ ସମର୍ପିତ ସତ୍ୟଜିତ ପ୍ରଚେଷ୍ଟା ହିଁ ଆଜି ଘର ଚଟିଆ ସରଂକ୍ଷଣ ଆଜି ସଫଳତାର ଶୀର୍ଷକ ସାଜିଛି।ସତ୍ୟଜିତଙ୍କ ଏଭଳି ପ୍ରୟାସ ଜନସାଧାରଣରେ ଉଚ୍ଚ ପ୍ରଶଂସନୀୟ ମନେକରୁଛନ୍ତି।



