ଓଡିଶା

ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ରେ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା

ସୁବର୍ଣ୍ଣପୁର,୦୨/୦୮ ବିଜୁ ପଟ୍ଟନାୟକ ମହିଳା ସ୍ନାତକ ମହାବିଦ୍ୟାଳୟର ଖେଳ ଅଧ୍ୟାପିକା ଶ୍ରୀମତୀ ପ୍ରବାସିନୀ ରଥଙ୍କୁ କଲେଜ ପକ୍ଷରୁ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ୧୯୯୩ ମସିହା ରୁ ଏହି ପୁରୁଣା ମହାବିଦ୍ୟାଳୟରେ ପ୍ରଥମ କରି ଜଣେ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ୱର୍ଦ୍ଧନା ଉତ୍ସଵ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ରୀତାରାଣୀ ପୂଜାରୀ ଙ୍କ ସଭାପତିତ୍ବରେ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ସାମ୍ବାଦିକ ସଂଘ ର ସୁବର୍ଣ୍ଣପୁର ଜିଲ୍ଲା ଶାଖା ର ସଭାପତି ମନୋରଞ୍ଜନ ତ୍ରିପାଠୀ ସୋନପୁର କଲେଜ ର ପୂର୍ବତନ ଖେଳ ଅଧ୍ୟାପକ ଭୁକୁଲୁ ବକ୍ସି ଯୋଗ ଦେଇ କ୍ରୀଡ଼ା ଅଧ୍ୟାପିକା ଙ୍କ ନିଷ୍ଠା ଉତ୍ସର୍ଗ ସେବା କୁ ଉତ୍ସାହିତ କରି ମେଡମ ରଥ ଅନ୍ଯ ଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ ।ସଭା ପ୍ରାରମ୍ଭରେ ଅତିଥି ମାନେ ମା ସରସ୍ୱତୀ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦୀପ ପ୍ରଜ୍ବଳନ କରିଥିଲେ। ଛାତ୍ରୀ ସ୍ମିତା ପ୍ରଜ୍ଞା ଓ ସାଥୀଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।

ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ପ୍ରବାସିନୀ ରଥଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ସ୍ମାରକ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବା ସହିତ ତାଙ୍କ ଅବସର ଜୀବନ ସୁଖ ଶାନ୍ତି ଓ ସମୃଦ୍ଧିମୟ ହେଉ ବୋଲି କାମନା କରିଥିଲେ। ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦୁଃଖୀ ଶ୍ୟାମ ମେହେର ସଭା ସଂଯୋଜନା କରିଥିବାବେଳେ ସଭାକୁ ଓଡ଼ିଆ ଵିଭାଗ ଅଧ୍ୟାପିକା ପୂର୍ଣ୍ଣିମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭାକୁ ସଫଳ କରିବା ପାଇଁ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button