ଉପ ମୁଖ୍ୟମନ୍ତ୍ରୀଙ୍କ ବଡଚଣା ବନ୍ୟା ଅଞ୍ଚଳ ପରିଦର୍ଶନ
ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିଦର୍ଶନରେ ଆସିଥିବା ବେଳେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଗୋପାଳପୁର ,ମଝିପଡା,ମାଣ୍ଡୁକା ପଞ୍ଚାୟତର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଗ୍ରସ୍ତ କାର୍ଯ୍ୟକ୍ରମ ରେ ବଡଚଣାର ବିଧାୟକ ଅମର କୁମାର ନାୟକ
ଉପ ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ଥାନୀୟ ଅଧିବାସୀଙ୍କ ସହ ଆଲୋଚନା କରି ସେଠାରେ ଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଉପସ୍ଥିତ ଲୋକଙ୍କ ଠାରୁ ଅବଗତ ହୋଇଥିଲେ।ସରକାରଙ୍କ ପକ୍ଷରୁ ବିପନ୍ନ ଲୋକଙ୍କ ନିକଟରେ ପଲିଥିନ,ଗୋ ଖାଦ୍ୟ,ସୁଖିଲା ଖାଦ୍ୟ ସହ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇ ଥିଲା।ବନ୍ୟା ଛାଡିବା ପରେ ଚାଷୀମାନଙ୍କ କ୍ଷ୍ୟୟ କ୍ଷତିର ଆକଳନ ସହ କ୍ଷ୍ୟତିଗ୍ରସ୍ତ ଗୃହ ମରାମତି ସହ ସମ୍ପୂର୍ଣ୍ଣ ଭାଙ୍ଗିଥିବା ଗୃହ ନିର୍ମାଣ ପାଇଁ ତଦନ୍ତ ପରେ ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।ଏହି ଗ୍ରସ୍ତ ସମୟରେ କିଛି ବିରୋଧି ଦଳର ନେତୃତ୍ୱଙ୍କ ପ୍ରରୋଚନାରେ ଆବଶ୍ୟକ ପଲିଥିନ ମିଳିନଥିବା ଅଭିଯୋଗ କରିଥିଲେ।



