ଭାରତୀୟ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ପତଞ୍ଜଳୀ ଗୁରୁକୁଳ ଶିକ୍ଷା ନିକେତନ ପିପିଲି ପାଲି, ସୋନପୁର ଠାରେ ଜଡି ବୁଟୀ ଦିବସ ବହୁ ଉତ୍ସାହ ରେ ପାଳିତ ହୋଇଯାଇଛି।
ସୁବର୍ଣ୍ଣପୁର,୫/୮ପତଞ୍ଜଳୀ ଯୋଗ ପୀଠ ହରିଦ୍ୱାର ଦ୍ୱାରା ପରିଚାଳିତ ପତଞ୍ଜଳୀ ଗୁରୁକୁଳ ଶିକ୍ଷା ନିକେତନ, ପିପିଲିପାଲି ସୋନପୁର ରେ ଆଜି ସଂଧ୍ୟା ସମୟରେ ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ଦିବସ ଅବସରରେ ଏକ ବୈଦିକ ହବନ୍ ଓ ଗୀତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଦେବ କାର୍ଯ ରେ ଅନୁଷ୍ଠାନ ର ମୁଖ୍ୟ ନକୁଳ ନାଏକ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇ ଥିଲେ ।

ସେହିପରି ଜିଲ୍ଲା ପତଞ୍ଜଳି ଯୋଗ ସମିତି ସଭାପତି ସତ୍ୟବାନ ମିଶ୍ର, ଧର୍ମ ପତ୍ନୀ ମମତା ମିଶ୍ର, ପତଞ୍ଜଳୀ ଭାରତ ସ୍ୱାଭିମାନ ପ୍ରଭାରୀ ମନୋଜ ପଣ୍ଡା ଉପସ୍ଥିତ ରହି ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ଆୟୁର୍ବେଦ ଅନୁଯାୟୀ ଜୀବନ ଶୈଳୀ ଓ ପତଞ୍ଜଳୀ ର ଭାରତ ପ୍ରତି ଅବଦାନ ବିଷୟରେ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ। ସଂଗଠନ ଉପଦେଷ୍ଟା ରୀନା ମହଲା ଆଜି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ଜଡ଼ିବୁଟି ଔଷଧକୁ ପ୍ରତି ପରିବାର ବ୍ୟବହାର ଉପରେ ଆଲୋକପାତ କରିଥିଲେ,। ଏହି କାର୍ଯ୍ୟକ୍ରମ ରେ ଯଜ୍ଞ ପୁରୋହିତ ଭାବେ ସୁମନ୍ତ ନୈଷ୍ଟକ କାର୍ଯ୍ୟ ଭାର ତୁଲାଇଥିଲେ । ସଙ୍ଗଠନ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ, ଗୀତା ର ବୈଦିକ ଶ୍ଳୋକ ଉଚ୍ଚାରଣ କରିଥିଲେ ।



