ଓଡିଶା

ବିଶ୍ୱ ହସ୍ତତନ୍ତ ଦିବସ କୁ ନେଇ ସୁବର୍ଣ୍ଣପୁରର ବୁଣାକାରଙ୍କ କଳା ଓ ପରମ୍ପରାକୁ ସମ୍ମାନ

ସୁବର୍ଣ୍ଣପୁର,୦୬/୦୮ :ବିଶ୍ୱ ହସ୍ତତନ୍ତ ଦିବସ ଅବସରରେ ସୁବର୍ଣ୍ଣପୁରର ପ୍ରସିଦ୍ଧ ସୋନପୁରୀ ହସ୍ତତନ୍ତ ଶାଢ଼ୀ ପାଇଁ ବିଶ୍ୱ ବଜାରରେ ନା କରିଛି । ଓ ବିଭିନ୍ନ ପାରମ୍ପରିକ ବସ୍ତ୍ର ଶିଳ୍ପୀମାନେ ଜୀବନ୍ତ ବୟନ ପ୍ରଦର୍ଶନ କରି ନୂତନ ପିଢ଼ୀଙ୍କୁ ଏହି ପାରମ୍ପରିକ କଳା ସହ ପରିଚିତ କରାଇଥିଲେ । ହସ୍ତତନ୍ତ ବସ୍ତ୍ରର ଗୁଣବତ୍ତା, ପ୍ରାକୃତିକ ରଙ୍ଗର ବ୍ୟବହାର ଓ ପରିବେଶ ଅନୁକୂଳ ଉତ୍ପାଦନ ପ୍ରଣାଳୀ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ସୁବର୍ଣ୍ଣପୁର ହେଉଛି ଓଡ଼ିଶାର ହସ୍ତତନ୍ତ ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର। ଏଠାକାର ବୁଣାକାରମାନଙ୍କ ନିପୁଣତା ଦେଶ ଓ ବିଦେଶରେ ପ୍ରଶଂସିତ । ପାରମ୍ପରିକ କଳାକୁ ସୁରକ୍ଷିତ ରଖିବା ସହିତ ନୂତନ ବଜାର ସୁଯୋଗ ସୃଷ୍ଟି କରିବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସୁବର୍ଣ୍ଣପୁରର ହସ୍ତତନ୍ତ ଶିଳ୍ପ ହଜାର ହଜାର ପରିବାରର ଜୀବିକାର ମାଧ୍ୟମ । ଏହା କେବଳ ଏକ ଶିଳ୍ପ ନୁହେଁ, ବରଂ ଓଡ଼ିଶାର ସାଂସ୍କୃତିକ ପରିଚୟର ଏକ ଅମୂଲ୍ୟ ଐତିହ୍ୟ । ଏହି ଐତିହ୍ୟକୁ ଆଗାମୀ ପିଢ଼ୀ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ବୁଦ୍ଧୀଯିବି ମହଲରେ ମତ ପ୍ରକାଶ ପାଇଥିଲା ।

ଭାରତରେ ଜାତୀୟ ହସ୍ତତନ୍ତ ଦିବସ ପ୍ରତିବର୍ଷ ୭ ଅଗଷ୍ଟରେ ପାଳନ କରାଯାଏ, ଯାହା ୧୯୦୫ ମସିହାର ସ୍ୱଦେଶୀ ଆନ୍ଦୋଳନର ସ୍ମୃତିକୁ ଉଦ୍ଦେଶ୍ୟ କରି ଆରମ୍ଭ କରାଯାଇଥିଲା । ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ହସ୍ତତନ୍ତ ଶିଳ୍ପୀମାନଙ୍କୁ ସମ୍ମାନ ଜଣାଇବା, ପାରମ୍ପରିକ ବୟନ କଳାର ସଂରକ୍ଷଣ ଏବଂ ଦେଶୀୟ ହସ୍ତତନ୍ତ ବସ୍ତ୍ରର ବ୍ୟବହାରକୁ ପ୍ରୋତ୍ସାହନ ଦେବା ।

Related Articles

Leave a Reply

Your email address will not be published. Required fields are marked *

Back to top button