ଓଡିଶା

ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଆନୁକୂଲ୍ୟରେ କୁଷ୍ଠ ରୋଗ ର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର , ୧୧/୮,ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଆନୁକୂଲ୍ୟରେ କୁଷ୍ଠ ରୋଗ ର ଏକ ସଚେତନତା କାର୍ଯ୍ୟକ୍ରମ କେନ୍ଦୁପାଲି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧ୍ୟକ୍ଷ ଡାକ୍ତର ସୁବାଷ ଚନ୍ଦ୍ର ପଣ୍ଡା,ବ୍ଲକ୍ ନୋଡାଲ ଲେପ୍ରୋସି ୱର୍କର ଜଗଦୀଶ ମେହେର,PHEO ସ୍ୱର୍ଣ୍ଣପ୍ରଭା ଜୁଏଡ,ସ୍ୱାସ୍ଥ୍ୟ ପରିଦର୍ଶକ ଆଲୋକ ସେଠ୍ ,ମହିଳା ସ୍ୱାସ୍ଥ୍ୟ କର୍ମୀ ପୁଷ୍ପିତା ସ୍ୱାଇଁ ଆଶା ଦିଦି ଙ୍କ ସହିତ ଏହି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ।ଡାକ୍ତର ପଣ୍ଡା କୁଷ୍ଠ ରୋଗର ବିଭିନ୍ନ ଲକ୍ଷଣ ଓ ଏହାର ପ୍ରତିକାର ବିଷୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇଥିଲେ।ଶେଷରେ କୁଷ୍ଠ ରୋଗ କୁ ନେଇ ଏକ ପ୍ରତିଯୋଗିତା ହୋଇଥିଲା ଏବଂ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ପୁସ୍ପିତା ସ୍ୱାଇଁ ଆଗାମୀ ୧୭ ଅଗଷ୍ଟ ରୁରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ହେବାକୁ ଥିବା କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ର ରୂପରେଖ ବିଷୟରେ ଅବଗତ କରାଇ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button