ଓଡିଶା

ସ୍ୱାଧୀନତା ଦିବସ ଉପଲକ୍ଷେ ଢେଙ୍କାନାଳ ମିନାବଜାର ବାସି ଙ୍କ ତରଫରୁ ଜାତୀୟପତାକା ଉତ୍ତୋଳନ

ସ୍ୱାଧୀନତା ଦିବସ ଉପଲକ୍ଷେ ଢେଙ୍କାନାଳ ମିନାବଜାର ପୂଜାମଣ୍ଡପ ସାମନାରେ ବଜାରବାସୀ ତଥା ପୂଜପ୍ରତିଷ୍ଠାନ ସଭ୍ୟମାନଙ୍କ ଉପସ୍ଥିତି ରେ ପୂଜପ୍ରତିଷ୍ଠାନ ଅଧ୍ୟକ୍ଷ ଶ୍ରୀ ଲଳିତ ପଟ୍ଟନାୟକ ଜାତୀୟପତାକା ଉତ୍ତୋଳନ କରିଥିଲେ।ପ୍ରବଳ ବର୍ଷା ସତ୍ୱେ ପୂଜାକମିଟି ସଭ୍ୟମାନେ ଉପସ୍ଥିତ ରହି ବନ୍ଦେ ମାତରମ ଓ ଜାତୀୟସଂଗୀତ ଗାନ କରିଥିଲେ । ତତପରେ ଅଧ୍ୟକ୍ଷ ନିଜ଼ ବକ୍ତବ୍ୟ ରେ ଦେଶର 80ତମ ସ୍ୱାଧୀନତା ଦିବସ ମହତ୍ୱ ତଥା ଦେଶ ସ୍ୱାଧୀନତା ପାଇଁ ଯେଉଁ ମହାନଯୋଦ୍ଧା ମାନେ ବଳିଦାନ ଦେଇଥିଲେ ଯଥା ରାଣୀ ଲକ୍ଷ୍ମୀବାଇ, ଭଗତ ସିଂ, ମଙ୍ଗଲ ପାଣ୍ଡେ, ଲାଲା ଲଜପତ ରାୟ , ସୁଭାସ ବୋଷ ଇତ୍ୟାଦି ଶହୀଦ ମାନଙ୍କୁ ମନେ ପକାଇ ଏ କଷ୍ଟଲବ୍ଧ ସ୍ୱାଧୀନତାକୁ କଳୁଷିତ ନକରି ଗଠନମୂଳକ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ।ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ୍ନ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button