ଓଡିଶା

ଜିଲ୍ଲାସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ ବୈଠକ

ସୁବର୍ଣ୍ଣପୁର, ୧୮/‎୮ସୁବର୍ଣ୍ଣପୁର ଜିଲ୍ଲା ତରଭା  ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ରେଆର ସୋନପୁର ତରଫରୁ ବେସିକ ନିଡ୍ ଇଣ୍ଡିଆ ବାଙ୍ଗାଲୁରୁ ସହାୟତାରେ ଜିଲ୍ଲାସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି।

‎ମୁଖ୍ୟ ଅତିଥି ଭାବେ  ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରାଣୀ ଦାସ ମାନସିକ ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ନିକଟରେ ଅଧିକ ସହଜରେ ପହଞ୍ଚାଇବା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ଧନୁର୍ଧର ନାଏକ  ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ। ରେଆର ସାଧରଣ ସମ୍ପାଦକ ଅନଙ୍ଗ ନେଗୀ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବା ବେଳେ କ୍ଷେତ୍ର କର୍ମୀ ମିତ୍ରଭାନୁ ମଲ୍ଲିକ ପ୍ରକଳ୍ପର ଉପଲବ୍ଧି ଓ ଚ୍ୟାଲେଞ୍ଜ ଉପରେ ପିପିଟି ମାଧ୍ୟମରେ ଉପସ୍ଥାପନ କରିଥିଲେ।

‎ସମ୍ମାନିତ ଅତିଥି ଭାବେ ମାନସିକ ବିଶେଷଜ୍ଞ ଅଭିନାଶ ମେହେର ମାନସିକ ବ୍ୟକ୍ତିଙ୍କ ଚିକିତ୍ସା ସମୟରେ ପୂର୍ବ ଚିକିତ୍ସାର ତଥ୍ୟ ଓ ଯତ୍ନକାରୀ ଚିକିତ୍ସା ସମାଜରେ ଉପସ୍ଥିତିର ଗୁରୁତ୍ୱ ଉପରେ କହିଥିଲେ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ ମାନସିକ ବ୍ୟକ୍ତିଙ୍କ ସରକାରୀ ସୁବିଧା ସୁଯୋଗ, ଭୀମଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଶିବିର ଉପରେ ମତବ୍ୟକ୍ତ କରିଥିଲେ।

‎ବୈଠକରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସଂଯୋଜକ ଅନୁପ ରଞ୍ଜନ ଦାସ, ସିଡିପିଓ ମହିଳା ପରିଦର୍ଶିକା  ସନ୍ତୋଷିନୀ ନାଗ, ଓଏଲଏମ୍‌ର ମନୋଜ କୁମାର ବାଗ, କୃଷି ବିଭାଗର କୃଷି ଅଧିକାରୀ ଅନିତା ସାହୁ, ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ରଶ୍ମି ରଞ୍ଜନ ଚୌହାନ,  ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅମିତା ଚାନ୍ଦ, ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର, ସୋନପୁର ମାମିର କାର୍ଯ୍ୟକ୍ରମ ସଂଯୋଜକ ଦୀପ୍ତିମୟୀ ପ୍ରଧାନ, ତରଭା ବ୍ଲକର ବିଭିନ୍ନ ପଞ୍ଚାୟତର ସ୍ୱାସ୍ଥ୍ୟ ଅଧିକାରୀ,  ସହାୟକ, ମାନସିକ ରୋଗରୁ ସୁସ୍ଥତା ଲାଭ କରୁଥିବା ବ୍ୟକ୍ତି ଓ ଯତ୍ନ ପ୍ରଦାନକାରୀ ଯୋଗଦେଇଥିବା ବେଳେ ମାନସିକ ସ୍ୱାସ୍ଥ୍ୟ ଉପରେ କାମକରୁଥିବା ସମସ୍ତ ଗୋଷ୍ଠି ସୁବିଧା ଦାତା ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିବା ବେଳେ ଶେଷରେ କ୍ଷେତ୍ର କର୍ମୀ ମିତ୍ରଭାନୁ ମଲ୍ଲିକ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ।

‎

‎

Related Articles

Leave a Reply

Your email address will not be published. Required fields are marked *

Back to top button