ଓଡିଶା

ଅନ୍ତର୍ଣିବେଶି ଶିକ୍ଷା ଓ ତାର କକ୍ଷ ପରିଚାଲନା ଶିବିର

ସୁବର୍ଣ୍ଣପୁର, ୧୯/୮ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ସମଳାଇ ଚୁଆଁ ଶ୍ରେଣୀ କକ୍ଷରେ

ଟାଟା ପାୱାର ପଶ୍ଚିମ ଓଡ଼ିଶା ବିଦ୍ୟୁତ ବିତରଣ ସେବା ସହଯୋଗ ଓ ରେଆର ସୁବର୍ଣପୁର ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଯିତ ଭିନ୍ନକ୍ଷମ ଶିଶୁ ମାନଙ୍କ ଦ୍ଵି ଦ୍ଵିବସୀୟ ଅନ୍ତର୍ଣିବେଶି ଶିକ୍ଷା ଓ ତାର କକ୍ଷ ପରିଚାଲନା ଶିବିର ଶିକ୍ଷକ ଶିକ୍ଷୟତ୍ରୀ, ବ୍ଲକ ସମ୍ବଳ ଶିକ୍ଷକ ଏଵଂ ଅନ୍ତର୍ଣିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଙ୍କ ଉପସ୍ଥିତିରେ ଅନ୍ତର୍ଣିବେଶି ଶିକ୍ଷା ଓ ତାର କକ୍ଷ ପରିଚାଲନା ବିଷୟରେ ପ୍ରଥମ ଦିନ ତାଲିମ୍ କାର୍ଯ୍ୟକ୍ରମ ହୋଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗଞ୍ଜ।ଳୁ ମିର୍ଥା ସମ୍ମାନୀତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ମେହେର ସରକାରୀ ଉଚ୍ଚ ବିଦ୍ୟାଳୟ ସମଲାଇଚୁଆ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ କର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ମନଗଡୁ ଜୁଆଡି ସଂଯୋଜନା କରି ପ୍ରକଲ୍ପ ର ଲକ୍ଷ୍ୟ, ଉଦ୍ଦେଶ୍ୟ ଉପସ୍ଥାପନା କରିଥିବାବେଳେ ରେଆର ର ସାଧାରଣ ସମ୍ପ।ଦକ ତଥା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ଅନଙ୍ଗ ନେଗି ଅନୁଷ୍ଠାନ ର ଆଭିମୁଖ୍ୟ ସହିତ ପରିଚାଳିତ ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋକପାତ କରି ଥିଲେ । ଏହି କାର୍ଯ୍ୟକ୍ରମ ରେ ଡୁଙ୍ଗୁରିପାଲି ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥଲେ ସମସ୍ତଙ୍କୁ ଶିକ୍ଷା ଦେବାପାଇଁ ସାଧନ କର୍ମୀ ତଥା ଅନୁଷ୍ଠାନ ର ସହ ପ୍ରତିଷ୍ଠାତା ଶ୍ରୀ ଅମ୍ବୁଜ ବିହାରୀ ଶତପଥୀ ଅନ୍ତାର୍ଣିବେଶି ଶିକ୍ଷା ଓ କକ୍ଷ ପରିଚାଲନା ବିଷୟରେ ଆଲୋକପାତ କରିଥିବାବେଲେ ସାଧନ କର୍ମୀ ଶ୍ରୀ ମନୋଜ କୁମାର ସାହୁ ଭିନ୍ନକ୍ଷମ ମାନଙ୍କ ପ୍ରାକ୍ ଚିହ୍ନଟି କରଣ,ପ୍ରକାର,କାରଣ, ଲକ୍ଷଣ ଚିକିତ୍ସା ସହିତ ସରକାରୀ ସୁବିଧା ସୁଯୋଗ ବିସୟରେ ଶିକ୍ଷା ଦେଇଥିଲେ। ଶେଷରେ ଶ୍ରୀ ର।ଜିନ୍ଦ୍ର ପୁଟେଲ୍ ସି ବି ଆର୍ କର୍ମୀ ସମସ୍ତ ଅତିଥି ଓ ଅଂଶଗ୍ରଣକାରୀମାନଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶ୍ରୀ ନବିନ ବଗର୍ତ୍ତୀ, ସମ୍ବିତ ନେଗି ରାଜେନ୍ଦ୍ର ସ।ଲମା ଓ ସଞ୍ଜୀବ ବାଘ ସହଯୋଗ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button