ବ୍ଲକଛକ ଦୁର୍ଗାପୂଜା କମିଟି ର ପ୍ରଥମ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର, ୩୧/୦୮ ସହରର ବ୍ଲକଛକ ଦୁର୍ଗାପୂଜା କମିଟି ର ପ୍ରଥମ ପ୍ରସ୍ତୁତି ବୈଠକ ସଭାପତି ଅରବିନ୍ଦ ବାରିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କମିଟି ର ଦିବଂଗତ ସଦସ୍ୟ ବାବୁଲି ବକ୍ସି, ସନ୍ତୋଷ ଭୋଇ ଓ ଅଜୁ ତ୍ରିପାଠୀ ଙ୍କ ଅମରଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆସନ୍ତା ଦୁର୍ଗାପୂଜା କୁ ମହା ସମାରୋହରେ ପାଳନ କରାଯିବାପାଇଁ ସର୍ବ ସମ୍ମତି କ୍ରମେ ଏହି ପ୍ରସ୍ତୁତି ବୈଠକ ରେ ନିଷ୍ପତ୍ତି ହେବାସହ ଚଳିତ ବର୍ଷ ପାଇଁ ପରିଚାଳନା କମିଟି ରେ ପୁଣିଥରେ ସଭାପତି ଭାବରେ ଅରବିନ୍ଦ ବାରିକ, ଉପସଭାପତି ଶରତ ମହାପାତ୍ର, ସଂପାଦକ ଭାବେ ନିଶାନ୍ତ କୁମାର ମହାନ୍ତି, ସହ ସଂପାଦକ ଭାବରେ ସ୍ଵରୁପ ପାତ୍ର କୋଷାଧ୍ୟକ୍ଷ ଭାବରେ ଦିଲ୍ଲୀପ ପାତ୍ର ଓ ଉପଦେଷ୍ଟା ଭାବରେ ବଳଦେବ ପ୍ରସାଦ ବେଦବାକ,ପରାମର୍ଶ ଦାତା କମିଟିରେ ଡଃ ଜ୍ୟୋତି ରଞ୍ଜନ ବହିଦାର, ଆଦିକନ୍ଦ ପାଣିଗ୍ରାହୀ, ସତ୍ୟେନ୍ଦ୍ର ପାଢ଼ୀ,ଶୈଳେନ୍ଦ୍ର ସାହୁ, ପ୍ରିୟବ୍ରତ ସାହୁ,ଅର୍ଥ କମିଟି ରେ ହିମାଂଶୁ ଗଡତିଆ, ଶୁସିଲ ତ୍ରିପାଠୀ , ସୁବ୍ରତ କୁମାର ସେଠୀ, ଆଦିତ୍ୟ ମହାପାତ୍ର ରାବଣପୋଡ଼ି କମିଟି ରେ ସତ୍ୟନାରାୟଣ ତ୍ରିପାଠୀ, ପ୍ରଦୀପ ଶଙ୍ଖୁଆ, ନାରାୟଣ ଜେନା, ସୂର୍ଯ୍ୟ ନାରାୟଣ ପ୍ରଧାନ, ତ୍ରିଲୋଚନ ସାଣ୍ଢ, ସୈ।ଭାଗ୍ୟ ସାହୁ, ଗଜେନ୍ଦ୍ର ମହାକୁଡ଼ ଓ ପୂଜା କମିଟି ରେ ଡଃ ପୁରୁଷୋତ୍ତମ ମିଶ୍ର, ପବିତ୍ର ମୋହନ ନେଗୀ,ଅମିୟ ରଞ୍ଜନ ଦାଶ, ଜ୍ୟୋତିର୍ମୟ ମିଶ୍ର, ରାମଚନ୍ଦ୍ର ପାଢ଼ୀ, ସୁମନ୍ତ ସାହୁ,ଅଲେଖ ସାମଲ, କାର୍ତ୍ତିକ ପ୍ରଧାନ, ସାଂସ୍କୃତିକ କମିଟି ରେ ଗଦାଧର ବାରିକ, ବେଣୁଧର ପ୍ରଧାନ, ବେଣି ମାଧବ ବେଦବାକ, ଦେବାଶିଷ ପଟ୍ଟନାୟକ ଓ ଅନ୍ୟାନ୍ୟ କମିଟି ମାନ ମଧ୍ୟ ଗଠନ କରାଯାଇଥିଲା। ସମସ୍ତ ଙ୍କ ସହମତି କ୍ରମେ ଦୁର୍ଗା ଙ୍କ ଏକ ଚାନ୍ଦି ମେଢ଼ ର ନିର୍ମାଣ କାମର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ବିଗତ ଦିନର ଆୟବ୍ୟୟ ର ବିବରଣୀ ସଂପାଦକ ନିଶାନ୍ତ କୁମାର ମହାନ୍ତି ଆଗତ କରିଥିବା। ବେଳେ ତାହା ସମସ୍ତ ଙ୍କ ଦ୍ଵାରା ଅନୁମୋଦନ ଲାଭ କରିଥିଲା। ଆଗାମୀ ପୁଜା ର ସମସ୍ତ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ସମସ୍ତେ ଆଲୋଚନା ରେ ଭାଗନେବା ସହ ସୁଚିନ୍ତିତ ପରାମର୍ଶ ମାନ ପ୍ରଦାନ କରିଥିଲେ। ଚଳିତ ବର୍ଷ କର୍ତ୍ତା ଭାବରେ ଅମିୟ ରଞ୍ଜନ ଦାଶ ଓ ତାଙ୍କ ଧର୍ମପତ୍ନୀ ପୂଜାରାଣୀ ଦାୟିତ୍ଵ ନିର୍ବାହ କରୁଥିବା କମିଟି ସୁତ୍ରରୁ ପ୍ରକାଶ ।



