ଓଡିଶା

ପବିତ୍ର ନନ୍ଦୋତ୍ସବ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ଠାରେ ପଶ୍ଚିମ ଓଡିଶା ଗଣ ପର୍ବ ନୁଆଁ ଖାଇ ପାଇଁ ଲଗ୍ନ ନିର୍ଧାରଣ

ଉଲୁଣ୍ଡା , ୫/୯ ସୁବର୍ଣ୍ଣପୁରଜିଲ୍ଲା ଉଲୁଣ୍ଡା ବ୍ଲକ ଆଦ୍ୟ ଲୀଳାକ୍ଷେତ୍ର କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ଠାରେ ପଣ୍ଡିତ ସଭା ଦ୍ବାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରୁ ଆଜ୍ଞା ମାଳ ପ୍ରାପ୍ତ ହୋଇ ଚଳିତ ବର୍ଷର ନବାନ୍ନ ଲଗ୍ନ ନିରୂପଣ କରାଗଲା।

ଏହି କ୍ରମରେ ଆସନ୍ତା ତା-୧୫-0୯-୨୦୨୬ରିଖ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ଗତ ପଞ୍ଚମୀ, ୠଷି ପଞ୍ଚମୀ ମଙ୍ଗଳବାର ଦିବା ଘ.୧୦-0୧ମି ଗତେ ଘ.୧୦-୧୫ମି ମଧ୍ୟେ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବାଂଶେ ଅମୃତ ସମୟେ ସ୍ବାତୀ ନକ୍ଷତ୍ରେ ତୁଳା ଚନ୍ଦ୍ରେ ଇନ୍ଦ୍ରଯୋଗ ବବ କରଣେ ଶ୍ରୀ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ସମେତ ପଶ୍ଚିମ ଓଡ଼ିଶାର ଇଷ୍ଟ ପୀଠ ଓ ଗୃହ ଦେବ ଦେବୀ ଙ୍କୁ ଅମୃତ ନବାନ୍ନ ଭୋଗ ଅର୍ପଣ ତଥା ଜନ ସାଧାରଣଙ୍କ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଗଲା।

ଉକ୍ତ ସଭାରେ ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି ସଭାପତିତ୍ବ କରିଥିଲେ।।

ଏଥିରେ ପାତାଳୀ ଶ୍ରୀକ୍ଷେତ୍ର ପଣ୍ଡିତ ସଭାର ବରିଷ୍ଠ ସଦସ୍ୟ, ଟ୍ରଷ୍ଟ ସଦସ୍ୟ,ସେବାୟତ ସଂଘ ସଦସ୍ୟ ଉପସ୍ଥିତ ଥିଲେ।।ପଣ୍ଡିତ ବାଚସ୍ପତି

ମେଡେନ୍ କୁମାର ବିଶି,ପଣ୍ଡିତ ବଳରାମ ପୁରୋହିତ,ପ୍ରମୋଦ କୁମାର ମିଶ୍ର,ମନୋରଞ୍ଜନ ପାଢ଼ୀ,ଗୋପାଳ ପଣ୍ଡା,ଅମ୍ବରିଶ ଚାନ୍ଦ,ପବିତ୍ର ପାଢ଼ୀ,ଚକ୍ରଧର ଚାନ୍ଦ,ରଘୁନାଥ ପଣ୍ଡା,ଚିତ୍ତରଞ୍ଜନପାଢ଼ୀ, ଗୌର ଚରଣ ନନ୍ଦ,ଶ୍ୟାମ ସୁନ୍ଦର ପଣ୍ଡା

ପୂଜକ ଗୁଣାକର ପଣ୍ଡା, ଟ୍ରଷ୍ଟ ସମ୍ପାଦକ

ପୂର୍ଣ୍ଣଚନ୍ଦ୍ର ପାଢ଼ୀ,ଘନଶ୍ୟାମ ପାଢ଼ୀ,ବିଜୟ କୁମାର ହୋତା

ଶମ୍ଭୁ ପ୍ରସାଦ ମଳ୍ଳିକ,ଜଗଦୀଶ କର୍ଣ୍ଣ,ନରସିଂହ ପଧାନ,ଜାନକି,ରାମ ଦେହେରି,

ନଳିନୀ କାନ୍ତ ବାଘ,ସୁଦାମା ପଧାନ,

ଭିକାରି ଚରଣ ସେଠି ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button