ଓଡିଶା

ମହାନ ଜନନାୟକ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ରୀଙ୍କ ଜୟନ୍ତୀ ପାଳିତ

ରାଇରଙ୍ଗପୁର: ୨\୧୦\୨୬(ଶ୍ଯାମଳେନ୍ଦୁ ପରିଡା) ଆଜି ହେଉଛି ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ l ଗୋଟିଏ ଦିନରେ ଦୁଇ ମହାନ ଆତ୍ମାଙ୍କ ଜୟନ୍ତୀ ପାଳୁଛି ସାରା ଦେଶ l ଯେଉଁମାନେ ଦେଶକୁ ସ୍ବାଧୀନ କରିବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି l ୧୮୬୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ l ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଗୁଜୁରାଟ କାଠିଆଓ୍ବାର ଉପଦ୍ବୀପ ର ଏକ ଉପକୂଳବର୍ତ୍ତୀ ସହର ପୋରବନ୍ଦର ର ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ l କଂରେଜ କବଳରୁ ଭାରତକୁ ସ୍ବାଧୀନ କରିବାକୁ ଅହିଂସା ପଥ ଆପଣାଇଥିଲେ l ୧୯୪୮ ମସିହା ଜାନୁୟାରୀ ୩୦ ତାରିଖରେ ନାଥୁରାମ ଗଡସେ ନାମକ ଜଣେ ଆତତାୟୀ ଗୁଳିରେ ହେ ରାମ କହି ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ବାପୁଜୀ l ସେହିପରି ଆଜି ହେଉଛି ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ l ଉତ୍ତର ପ୍ରଦେଶର ମୋଗଲସରାଇ ଠାରେ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ l ୯ ଜୁନ ୧୯୬୪ ରେ ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ l ୧୯୬୫ ମସିହାରେ ଭାରତ ପାକିସ୍ଥାନ ଯୁଦ୍ଧ ସମୟରେ ନେତୁତ୍ବ ନେଇଥିଲେ l ଯୁଦ୍ଧ ସମୟରେ ସେ ଜୟ ଜବାନ , ଜୟ କିସାନ ସ୍ଲୋଗାନ ଦେଇଥିଲେ l ଯାହା ସାରା ଦେଶରେ ଆଜିଯାଏ ଗୁଂଜରିତ ହେଉଛି l ଶାସ୍ତ୍ରୀଜୀଙ୍କ ମୁତ୍ଯୁ ହୁତଘାତଜନିତ ମୁତ୍ଯୁ ହୋଇଥିବା କୁହାଯାଇଥିଲା କିନ୍ତୁ ତାଙ୍କ ମୁତ୍ଯୁ ଏବେ ଯାଏ ରହସ୍ଯ ଘେରରେ ରହିଛି l ଏହି ଦୁଇ ମହାପୁରୁଷଙ୍କ ଜନ୍ମଜୟନ୍ତୀ ଆଦିବାସୀ ଅଧ୍ଯୁଷିତ ମୟୁରଭଞ୍ଜ ଜିଲ୍ଲା ର ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ତରଫରୁ ଜିଲ୍ଲା ଉପସଭାପତି ବସନ୍ତ ପଟ୍ଟନାୟକଙ୍କ ନେତୁତ୍ବରେ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ବଜାର ଗାନ୍ଧୀ ପାର୍କ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସମସ୍ତେ ଏକଜୁଟ ହୋଇ ଜାତୀୟ ପିତା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀ ଓ ମହାନ ଜନନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ସେମାନଙ୍କ ସ୍ମୁତିଚାରଣ କରିଥିଲେ l ଏଥିରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ବରିଷ୍ଠ ନେତା ଅଶୋକ ଅଗ୍ରଓ୍ବାଲ, ଜିଲ୍ଲା କାର୍ଯ୍ଯାଳୟ ସମ୍ପାଦକ ରୂପକ କୁମାର ମହାନ୍ତି, ଜିଲ୍ଲା ସମ୍ପାଦକ ବୋଇଲୋଚନ ଗିରି, କିରଣ ବାଲ୍ମିକୀ, ବିଡାର ମାଝୀ, ଟାଉନ ସଭାପତି ଅମର ପ୍ରଧାନ ଦେଓ ହେମ୍ବ୍ରମ, ଟାଉନ କୋଷାଧ୍ଯକ୍ଷ କୌଶିକ କାଶ୍ଯପ ମହାନ୍ତି, ଟାଉନ ଉପସଭାପତି ଦେବାଶିଷ ପାତ୍ର, ବ୍ଲକ ସଭାପତି ସିମାଲ ମାଝୀ, ବ୍ଲକ ଉପସଭାପତି ଦେଓ୍ବାନ ଟୁଡୁ, ଜିଲ୍ଲା କୁଷକମୋର୍ଚ୍ଚା ସଭାପତି କିଶୋର ମହାନ୍ତ ଓ ଯୁବ ସଭାପତି ପିଥ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ l

 

Related Articles

Leave a Reply

Your email address will not be published. Required fields are marked *

Back to top button