ଓଡିଶା

ବିଶ୍ୱ ଫିଜିଓଥେରାପି ଦିବସ ପାଳିତ

ସୁବର୍ଣ୍ଣପୁର, ୮/୯ ସହରର ଲେପ୍ରା ସୋସାଇଟି ଫିଜିଓଥେରାପି କେନ୍ଦ୍ର ଆନୁକୂଲ୍ୟରେ ଆଜି ବିଶ୍ୱ ଫିଜିଓଥେରାପି ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ଥିମ୍ ଥିଲା ହୃଦୟ ରୋଗ ଏବଂ ଷ୍ଟ୍ରୋକର ନିବାରଣ, ପରିଚାଳନା ଏବଂ ପୁନର୍ବାସରେ ଫିଜିଓଥେରାପି ଏବଂ ଶାରୀରିକ କାର୍ଯ୍ୟକଳାପର ଭୂମିକା”।

 

ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଲେପ୍ରା ସୋସାଇଟିର ଓଡ଼ିଶା ରାଜ୍ୟ ପାଇଁ ନିଯୁକ୍ତ ଆମ୍ବାସାଡର ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରି ଉପସ୍ଥିତ ଜନତାଙ୍କୁ ସ୍ୱାଗତ ସମ୍ଭାଷଣ ଜଣାଇଥିଲେ। ଲେପ୍ରା ସୋସାଇଟି ସୁପରଭାଇଜର ନୃସିଂହ ଚରଣ ମିଶ୍ର ଲେପ୍ରା ସୋସାଇଟି ସମ୍ପର୍କରେ ଏକ ସଂକ୍ଷିପ୍ତ ବିବରଣୀ ଉପସ୍ଥାପିତ କରିଥିଲେ। ଫିଜିଓଥେରାପିଷ୍ଟ ବାଲ ଗୋପାଳ ନାଗ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କହିବା ସହ କେତେକ ରୋଗୀ ଓ ରୋଗମୁକ୍ତ ରୋଗୀଙ୍କୁ ନେଇ ସଫଳ ଭୌତିକ ଚିକିତ୍ସାର ପ୍ରଦର୍ଶନ କରିଥିଲେ।

 

 

ମଞ୍ଚାସୀନ ସମ୍ମାନିତ ଅତିଥି ଡ. ସନ୍ତୋଷ କୁମାର ପାଢ଼ୀ ଓ ମୃତ୍ୟୁଞ୍ଜୟ ଦାଶଙ୍କ ବକ୍ତବ୍ୟ ପରେ ସମ୍ମାନିତ ବକ୍ତାଭାବେ ପ୍ରଦୀପ କୁମାର ପୁରୋହିତ, ଜ୍ୟୋତିରଞ୍ଜନ ପଟ୍ଟନାୟକ, ସତ୍ୟନାରାୟଣ ବସ୍ତିଆ ପ୍ରମୁଖ ନିଜସ୍ୱ ବକ୍ତବ୍ୟ ରଖିଥିଲେ। ବିଘ୍ନରାଜ ପାଣ୍ଡିଆ, ଦିଲ୍ଲୀପ କୁମାର ପାତ୍ର, ପ୍ରମୋଦ କୁମାର ଚାନ୍ଦ, ଅର୍ଜୁନ ଲୁଗୁନ, ଗୁରୁଦେବ ସୁନା ପ୍ରମୁଖ ସେମାନଙ୍କ ବ୍ୟକ୍ତିଗତ ଅଭିଜ୍ଞତା ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ବର୍ଷାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button