ଓଡିଶା
କୃଷକ ଉତ୍ପାଦକ ସଙ୍ଗଠନ ଜିଲ୍ଲା ସ୍ତରୀୟ ତାଲିମ ଶିବିର

ସୁବର୍ଣ୍ଣପୁର ୧୦/୯: କୃଷି ବିଜ୍ଞାନ କେନ୍ଦ୍ର ସହାୟତା ରେ ସୋନପୁର ଇନ୍ଟିଗ୍ରେଟେଡ଼ ଫାରମର ପ୍ରଡୁସର କମ୍ପାନୀ ଲିଃ ଗୋପପାଲି ଏଫ ପି ଓ ଚାଷୀମାନଙ୍କୁ ନେଇ ଏକ ଡାଲି ଜାତୀୟ ଫସଲ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଆର ଏମ ସି ବଡଖମାର ଠାରେ ଆୟୋଜନ ହୋଇଥିଲା କୃଷି ବିଜ୍ଞାନ କେନ୍ଦ୍ର ସୁବର୍ଣ୍ଣପୁର ବୈଜ୍ଞାନିକ ଶ୍ରୀମତୀ ସୁପ୍ରିୟା ସେଠି ଓ ବୈଜ୍ଞାନିକ ସତ୍ୟବ୍ରତ ମଙ୍ଗରାଜ ଏଫ ପି ଓ ର କର୍ମଚାରୀ ନିର୍ଦେଶକ ଓ ଅଂଶୀଦାର ଉପସ୍ଥିତ ରହି ଡାଲି ଜାତୀୟ ଫସଲ ବିରି ଉପରେ ତାଲିମ କାର୍ଯ୍ୟକ୍ରମ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ର ଆବାହକ ଯଜ୍ଞଶ୍ୱର ନାଏକ ତାଲିମ କାର୍ଯ୍ୟକ୍ରମ କୁ ପରିଚାଳନା କରି ବିରି ଚାଷ ପାଇଁ ଚାଷୀ ମାନଙ୍କୁ କିପରି ବୈଷୟିକ ପ୍ରଣାଳୀ ରେ ଉନ୍ନତମାନର ଚାଷ ହେବ ସେ ଉପରେ ବୈଜ୍ଞାନିକ ସତ୍ୟବ୍ରତ ମଙ୍ଗରାଜ ସେ ବିଷୟରେ ଚାଷୀ ମାନଙ୍କୁ ବୁଝାଇ ଥିଲେ ଏଫ ସି ଓ ର କର୍ମଚାରୀ ଦୁର୍ଯ୍ୟୋଧନ ଡାଙ୍ଗ ଘାସିରାମ ବାରିକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।



