ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ଅନୁଗୋଳ ଜିଲ୍ଲାର ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ

ଅନୁଗୋଳ (ବିନାୟକ ନିୟୁଜ୍):ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ଅନୁଗୋଳ ଜିଲ୍ଲାର ଅନୁଷ୍ଠାନିକ ବୈଠକ ସମଲ ଗେଷ୍ଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଉପସ୍ଥିତ ମୁଖ୍ୟ ଅତିଥି ରାଜ୍ୟ ଉପ ସଭାପତି ଶ୍ରୀଯୁକ୍ତ ସୁଶୀଲ କୁମାର ଆଇଚ ମହୋଦୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଅଜୟ କୁମାର ନାଏକ ଏବଂ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବାବୁଲି କୁମାର ଖିଲାର ମୋହଦୟ ଉପସ୍ଥିତ ଥିଲେ। ସଂଘକୁ କିପରି ମଜବୁତ କରାଯିବ ଏବଂ ସଂଘରେ କିପରି ନୂତନ ସଦସ୍ୟ ଯୋଡ଼ା ଯିବ ସେ ବିଷୟରେ ଅବଗତ କରାଯାଇଥିଲା। ଶ୍ରୀଯୁକ୍ତ ସୁଶୀଲ କୁମାର ଆଇଚ ମହୋଦୟ ସଂଘର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ସତ୍ୟ ଏବଂ ନିଷ୍ଠାର ସହିତ ସାମ୍ବାଦିକତା କରିବା ପାଇଁ ପ୍ରେରଣା ଦେଇଥିଲେ, ଏବଂ ସାମ୍ବାଦିକତାର ମୂଳ ମନ୍ତ୍ର ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସମସ୍ତେ ଏକାଠି ହୋଇ ଭାଇ ଭାଇର ସମ୍ପର୍କ ରଖିବା ଏବଂ ଅନଗୋଳ ଜିଲ୍ଲାରେ ସଂଘକୁ ମଜବୁତ କରିବା ପାଇ ଦୃଢ଼ ସଂକଳ୍ପ ନେବା ବୋଲି କହିଥିଲେ ।



