ଓଡିଶା

ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ

ସୁବର୍ଣ୍ଣପୁର,୨୧/୦୯ ସୋନପୁର ଶ୍ରୀ ଗୋପାଳଜୀ ଯୋଗାଳୟ ଠାରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି l ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ଏସପି ନାରାୟଣ ନାଏକ, , ଏ ଡି ଏମ୍ ଅଞଳିନା ପଧାନ, ପୌର ପରିଷଦ ଅଧ୍ଯକ୍ଷା ତାମସୀ ତାମସ୍ମିତା ନାଏକ୍, ସାଇବର ସବ୍ ଇନ୍ସପେକ୍ଟର ରବୀନ୍ଦ୍ର ସାହୁ, ଏଲ ଡି ଏମ୍ ଏଫ୍ ଏଲ ସି ଘନ ଶ୍ୟାମ ମେହେର ଅତିଥି ଭାବରେ ଯୋଗ ଦେଇ ଉତ୍ସାହିତ କରିଥିଲେ l ଏହି କାର୍ଯ୍ଯ କ୍ରମ ରେ ଓଡ଼ିଶା ସରକାର ଙ୍କ ସ୍ବାସ୍ଥ୍ୟ ବିଭାଗ ପ୍ରାକ୍ତନ ନିର୍ଦେଶକ ଡ଼ା, ପ୍ରଦୀପ ଗୁରୂ ସ୍ବାସ୍ଥ୍ୟ ଉପରେ , ଜିଲ୍ଲା ପୋଲିସ ର ରବୀନ୍ଦ୍ର ସାହୁ ଓ ଷ୍ଟେଟ୍ ବ୍ୟାଙ୍କ୍ ଚିଫ୍ ମ୍ୟାନେଜର ଲକ୍ଷ୍ମଣ ମାଝୀ ସାଇବର୍ ଅପରାଧ ଉପରେ ସଚେତନତା କରିଥିଲେ l ବରିଷ୍ଠ ନାଗରିକ ସଂଘ ସଭାପତି ଡଃ ଜ୍ୟୋତି ରଞ୍ଜନ ବହିଦାର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ସଂପାଦକ ଜ୍ଯୋତି ରଞ୍ଜନ ପଟ୍ଟନାୟକ, ଡ଼ ଆର୍ତ୍ତ ତ୍ରାଣ ବାବୁ ସମ୍ବର୍ଧନା କାର୍ଯ୍ଯ କ୍ରମ ରେ ସହଯୋଗ କରିଥିଲେ। ବରିଷ୍ଠ ନାଗରିକ ବ୍ରଜ ମୋହନ ଦାନୀ, ଚମରା ରାମ ତ୍ରିପାଠୀ, ଓ ବ୍ୟୋମ କେଶ ଦାଶ ଙ୍କୁ ଏହି ଅବସରରେ ସମ୍ୱର୍ଦ୍ଧିତ କରା ଯାଇଥିବା ବେଳେ ସଂଘ ର ପ୍ରତିଷ୍ଠାତା ସଦସ୍ୟ ଡ଼ା ରାଜେନ୍ଦ୍ର ମିଶ୍ର, ମୃତ୍ୟୁଞ୍ଜୟ ଦାଶ, ନାରାୟଣ ପ୍ରସାଦ ରାୟ ଗୁରୁ, ଇନ୍ଦ୍ର ମଣି ଦାଶ, ଓ ଡ଼ ସନ୍ତୋଷ ପାଢ଼ୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା।ଅପରାହ୍ନ ରେ ନୂଆଖାଇ ଭେଟ ଘାଟ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା। ଏଥିରେ ସୁବର୍ଣ୍ଣପୁର ର ଐତିହ ସଂସ୍କୃତି ଉପରେ କୁଇଜ୍ ପ୍ରତିଯୋଗିତା ଓ ଆଲୋଚନା ହୋଇଥିଲା। ଶ୍ରୀବତ୍ସ ମଲ୍ଲିକ, ସଚିଦା ନନ୍ଦ ନାଏକ, ରାଧେଶ୍ୟାମ ମିଶ୍ର, ଜଗଦୀଶ ମେହେର, ଦୟାନିଧି ସେଠି, ଦିଲୀପ ରଥ, ନିରଞ୍ଜନ ତ୍ରିପାଠୀ, ପ୍ରମୁଖ ସମସ୍ତ ସଦସ୍ୟ ଏହି କାର୍ଯ୍ଯ କ୍ରମ ରେ ସହଯୋଗ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button