
ତାରିଖ -23.9.2026 (ଶ୍ଯାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ଉପଖଣ୍ଡ ହସପିଟାଲ ଠାରେ ଫାଇଲେରିଆ (ବାତଜ୍ୱର/ଗୋଦର) ରୋଗର ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ମାଗଣା ମେଗା ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି l
ଏହା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଲେପ୍ରା ସୋସାଇଟିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ଶିବିରରେ ତିରିଂ, ବହଳଦା, ରାଇରଙ୍ଗପୁର, ବାଦାମପାହାଡ, ବ୍ଲକ ର 20 ଜଣ ହାଇଡ୍ରୋସିଲ୍ ରୋଗୀଙ୍କର ମାଗଣାରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ସାମିଲ ହୋଇଥିବା ପ୍ରମୁଖ ବ୍ୟକ୍ତିବିଶେଷ ଓ ଡାକ୍ତରୀ ଦଳ ମାନଙ୍କ ମଧ୍ଯରେ ଅତିଥି ଓ ଅଧିକାରୀ ମାନେ ଶ୍ରୀ ମାନ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ଦାସ ଏବଂ ହସ୍ପିଟାଲ୍ ଅଧୀକ୍ଷକ ଡା. ରବୀନ୍ଦ୍ରନାଥ ମାରାଣ୍ଡି ସାମିଲ ହୋଇଥିଲେ । ଅସ୍ତ୍ରୋପଚାର ବିଶେଷଜ୍ଞ: ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ ଡା. ସତ୍ୟପ୍ରକାଶ ଧଳ ଡ଼ା. ଡ଼ି. ଏନ.ପରିଡା ଏବଂ ଆନାସ୍ଥେସିଆ ବିଶେଷଜ୍ଞ: ଡା. ସତ୍ୟଜିତ ସିଂ ଓ ମେଡିକାଲ ଅଫିସର ଡ଼ା. ଦେବେନ୍ଦ୍ର ନାଥ ଟୁଡୁ, ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ, ଲେପ୍ରା ସୋସାଇଟି ପ୍ରକଳ୍ପ ର *ଏମ.ଇ.ଏଫ. ସି.MEFC* / ପ୍ରହଲ୍ଲାଦ ମଙ୍ଗରାଜ,ହସ୍ପିଟାଲ୍ ପରିଚାଳକ ଆଲୋକ କୁମାର ଗୋଚ୍ଛାୟତ, ନର୍ସିଙ୍ଗ ଅଫିସର ସବିତା ଶତପଥୀ, ଫାର୍ମାସିଷ୍ଟ ପ୍ରିୟମ ସିଂ ଏବଂ ଲେପ୍ରl ସୋସାଇଟି ର ଆମ୍ବୁବତୀ ଦଳେଇ, ସୁକୁମତୀ ହେମ୍ବ୍ରମ, ଉପେନ୍ଦ୍ର ସର୍ଦାର, ଜଗତବନ୍ଧୁ ସେଠି ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।



