ଓଡିଶା

ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ବିଜୟୀ

ସୁବର୍ଣ୍ଣପୁର  ୬୫ ତମ ସାହାଣୀ କପ୍ ଫୁଟବଲ୍ ଲିଗ୍ ର ତୃତୀୟ ଦିବସ ର ପ୍ରଥମ ମ୍ୟାଚ୍ କଟକ ଓ ଗଞ୍ଜାମ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଆରମ୍ଭ ରୁ ମା ସୁରେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ପୂଜା ଅର୍ଚ୍ଚନା ହୋଇ କରା ଯାଇଥିଲା।ଆଜି ର ଏହି ଖେଳ କୁ ଅତିଥି ଭାବରେ ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ଭବେନ୍ଦ୍ର ନାଥ ଦେ, ସି ଡି ଏମ୍ ପି ଏଚ ଓ ଉଷା ରାଣୀ ଦାଶ ଓ ବୀର ମହାରାଜ ପୁର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗ ଦେଇ ମ୍ୟାଚ୍ କୁ ଶୁଭ ଉଦ୍ଘାଟନ କରି କୃତି ଖେଳାଳି ଙ୍କୁ ପୁରସ୍କୃତ କରିଥିଲେ। କଟକ ଦଳ ୬-୦ ଗୋଲ ରେ ଵିଜୟୀ ହୋଇ ଥିବା ବେଳେ ଦଳ ର ୭ ନମ୍ବର୍ ଜର୍ସି ଗଣେଶ ସେଠି ୫ ମିନିଟ୍ ରେ ପ୍ରଥମ ଗୋଲ, ୨୯ ମିନିଟ୍ ରେ ଦ୍ୱିତୀୟ ଗୋଲ, ୫୬ ମିନିଟ୍ ରେ ତୃତୀୟ ଗୋଲ, ଓ ୭୮ ମିନିଟ୍ ରେ ଚତୁର୍ଥ ଗୋଲ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରଷ୍କୃତ ହୋଇଥିଲେ।୧୭ ନମ୍ବର ଜର୍ସି ଭେଙ୍କଟେଶ ଓରାମ ପଞ୍ଚମ ଗୋଲ ସ୍କୋର କରିଥିବା ବେଳେ ୮୯ ମିନିଟ୍ ରେ ପିଣ୍ଟୁ ଶାନ୍ତା ଷଷ୍ଠ ଗୋଲ ସ୍କୋର କରିଥିଲେ। ପ୍ରଥମ ମ୍ୟାଚ୍ କୁ ଅରୁଣ ନାୟକ, ଅଶ୍ୱିନୀ ସାହୁ, ରତ୍ନା କର ସୁରେନ୍, ସୁମିତ୍ ମହାଲିଂ ଓ ଜୋନ୍ କମିଶନର ନବୀନ ନାୟକ ପରିଚାଳନା କରିଥିଲେ। ଖେଳ ଆରମ୍ଭ ପୁର୍ବରୁ ଓଡ଼ିଶା ଫୁଟବଲ୍ ଦଳ ରୁ ଖେଳିଥିବା ଓଡ଼ିଶା ତଥା ଜାତୀୟ ସ୍ତର ର ଖେଳାଳି ଭେଙ୍କଟ ରାଓ ଙ୍କ ଅକାଳ ବିୟୋଗ ରେ ଶୋକ ପାଳନ କରାଯାଇଥିଲା। ସେହିପରି ଆଜିର ଦ୍ବିତୀୟ ମ୍ୟାଚ୍ ଖୋର୍ଦ୍ଧା ଓ ପୁରୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ରେଫରି ଦେବାଶିଷ ବାଗ, ଧନେଶ୍ୱର ସର୍ଦ୍ଦାର, ନୀତିଶ ମାଝୀ, ସୁମିତ ମହାଲିଙ୍ଗ ଓ ମ୍ୟାଚ୍ କମି ସନର ଭାବେ ନବୀନ ନାୟକ ପରିଚାଳନା କରିଥିଲେ l ଖୋର୍ଦ୍ଧା ଦଳ ୯-୧ ଗୋଲ ରେ ଵିଜୟୀ ହୋଇଥିବା ବେଳେ ୨୦ ନମ୍ୱର୍ ଜର୍ସି ଜଳନ୍ଧର ନାଏକ ୩ ଟି ଗୋଲ ସ୍କୋର କରି ଦ୍ୱିତୀୟ ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ।୧୯ ନମ୍ବର୍ ଜର୍ସି ସୁଶୀଲ ପାତ୍ର ୨ ଟି ଗୋଲ ସ୍କୋର କରି ଥିଲେ। ସେହିପରି ଚନ୍ଦନ ନାଏକ, ଅସୀମ ଦୁମ୍ ଦୁମ୍ ଗ୍ୟସୁ ଦିନ ଖାଁ, ମୁସ୍ତା କିନ ଖାଁ, ଗୋଟାଏ ଲେଖାଏଁ ସ୍କୋର କରିଥିଲେ। ପୁରୀ ଦଳ ଟ ବିଷ୍ଣୁ ପ୍ରତାପ ନାଏକ୍ ଓ ନାରାୟଣ ମାର୍ଦି ଗୋଟାଏ ଲେଖାଏଁ ସ୍କୋର କରି ଥିଲେ। ପ୍ରଥମ ମ୍ୟାଚ୍ ରେ ୪ ଟି ଗୋଲ ସ୍କୋର କରିଥିବା ଗଣେଶ ସେଠି ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ। ଓଡ଼ିଶା ଫୁଟବଲ ଏସୋ ସିଏସନ୍, କ୍ରୀଡା ଯୁବ ବ୍ୟାପାର ବିଭାଗ ଓଡ଼ିଶା ସରକାର ଙ୍କ ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ମ୍ୟାଚ୍ ଉଦଘାଟନୀ ଓ ପୁରଷ୍କାର ବିତରଣୀ ସଭା କୁ ଅଧ୍ୟାପକ ମଦନ ସୁନ୍ଦର ଖେତି ଓ କ୍ରୀଡା ସଂଘ ସଦସ୍ୟ ମନୋରଞ୍ଜନ ତ୍ରିପାଠି , ସଞ୍ଜୟ ସାହୁ ପରି ଚାଳନା କରିଥିବା ବେଳେ କ୍ରୀଡ଼ା ସଂଘ ସଦସ୍ୟ ଦିଗାମ୍ବର ଶତପଥୀ ଧନ୍ଯବାଦ ଅର୍ପଣ କରିଥିଲେ। ଆୟୋଜକ କମିଟିର ପୀୟୂଷ ପଣ୍ତା, ଭୁକୁଲୁ ବକ୍ସି, ବିକାଶ ପଣ୍ତା, ସଂତୋଷ ପାଢ଼ୀ, ବିକାଶ ପାଢ଼ୀ, ସୁଭାଷ ବିଶ୍ଵାଳ, ରିପୁନ ନାଏକ , ରାଜୀବ ସାହୁ, ରାଜୀବ ସାହୁ, ଅନିଲ ସାହୁ, , ରାଜୀବ ପଟ୍ଟନାୟକ, ବିକାଶ ପାଢୀ, ରଞ୍ଜିତ ସାହୁ, ସୂମନ୍ ମିଶ୍ର, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button