ଲଞ୍ଚ ଉଇଣ୍ଡୋଜ ଏଜୁକେସନ ଟ୍ରଷ୍ଟରେ ହିନ୍ଦୀ ଅଲିମ୍ପିଆଡ୍ ପରୀକ୍ଷା ଅନୁଷ୍ଠିତ

ରାଇରଙ୍ଗପୁର:- ୨୯\୯(ଶ୍ଯାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଲଞ୍ଚ ଉଇଣ୍ଡୋଜ ଏଜୁକେଶନ ଟ୍ରଷ୍ଟ ପରିସରରେ ଅନ୍ତର୍ଜାତୀୟ ହିନ୍ଦୀ ଅଲିମ୍ପିଆଡ୍ ୨୦୨୬ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି I ରବୀନ୍ଦ୍ରନାଥ ଟାଗୋର ବିଶ୍ୱ ବିଦ୍ୟାଳୟ, ଭୋପାଳ ମଧ୍ୟପ୍ରଦେଶ ଓ ବିଶ୍ୱରଙ୍ଗ ଫାଉଣ୍ଡେସନ ମିଳିତ ସହଯୋଗରେ ଓଡିଶାର ଆଇସେକ୍ଟ ଇଣ୍ଡିଆ ପରୀକ୍ଷା ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ପରୀକ୍ଷା କେନ୍ଦ୍ର ପରିଦର୍ଶକ ଭାବେ ଆଇସେକ୍ଟ ଇଣ୍ଡିଆର ରାଜ୍ୟ ସଂଯୋଜକ ସୁଧାଂଶୁ ନାୟକ ଯୋଗ ଦେଇଥିଲେ I ଲଞ୍ଚ ଉଇଣ୍ଡୋଜ ଏଜୁକେଶନ ଟ୍ରଷ୍ଟର ଅଧ୍ୟକ୍ଷ ଦୀପକ କୁମାର ବେହେରା,ନିର୍ଦେଶକ ଆଶିଷ କୁମାର ଦଳେଇ,ରିତେଶ କୁମାର ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେI
ଲଞ୍ଚ ଉଇଣ୍ଡୋଜ ଏଜୁକେସନ ଟ୍ରଷ୍ଟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଭାଷାଗତ ଜ୍ଞାନ, ପ୍ରତିଭା ବିକାଶ ଓ ଜାତୀୟ-ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣକୁ ଉତ୍ସାହିତ କରାଯାଉଥିବାରୁ ଅଭିଭାବକ ଓ ଶିକ୍ଷାପ୍ରେମୀମାନେ ପ୍ରଶାଂସା କରିଛନ୍ତିI ଏହି କାର୍ଯ୍ୟକ୍ରମକୁ ଗୀତାଞ୍ଜଳି ମହାକୁଡ଼, କଳ୍ପନା ସେନାପତି,ରଶ୍ମିତା ବେହେରା,କାଞ୍ଚନ ବେହେରା,ବବୁଲ ମାଝୀ,ଧନେଶ୍ୱର ମାର୍ଣ୍ଡି,ମୁନା ଷ୍ଟାର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେI ହିନ୍ଦୀ ଅଲମ୍ପିୟାଡ଼ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯାଇଥିଲାI



